ଆବୁଧାବି ବିମାନ ବନ୍ଦରରେ ଡ୍ରୋନ ଆଟାକ୍, ଦୁଇ ଭାରତୀୟ ମୃତ

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ,୧୭/୦୧: ଆବୁଧାବି ବିମାନ ବନ୍ଦର ନିକଟରେ ବିସ୍ଫୋରଣ । ଡ୍ରୋନ ସାହାଯ୍ୟରେ ଏହି ବିସ୍ଫୋରଣ କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁଏଇରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମନର ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି ।

ବିଦ୍ରୋହୀମାନେ ମୁସାଫ୍‌ଫ ଅଞ୍ଚଳରେ ଡ୍ରୋନ ସହାୟତାରେ ଆକ୍ରମଣ କରିଥିବା ଆବୁଧାବି ପୋଲିସ କହିଛି ।  ବିସ୍ଫୋରଣ ପରେ ନିଆଁ ଆବୁଧାବି ବିମାନ ବନ୍ଦର ପର୍ଯ୍ୟନ୍ତ ବ୍ୟାପିଥିଲା । ଘଟଣା ସୋମବାର ସକାଳେ ଘଟିଥିବା ଜଣାପଡିଛି । ଆବୁଧାବି ପୋଲିସର ସୂଚନା ଅନୁସାରେ ତେଲ ଟ୍ୟାଙ୍କର ଉପରେ ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା । ତେବେ ଏଥିରେ ବିମାନ ବନ୍ଦରର ବେଶି କ୍ଷତି ହୋଇ ନଥିବା ଜଣାପଡିଛି।

wp:html /wp:html

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପାକିସ୍ତାନର ଜଣେ ଏବଂ ଭାରତର ଦୁଇ ଜଣ ନାଗରିକ ରହିଛନ୍ତି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ତେବେ ଆକ୍ରମଣ ପୂର୍ବରୁ ଆକାଶରେ ସନ୍ଦିଗ୍ଧ ଡ୍ରୋନ ଦେଖାଦେଇଥିବା ଆବୁ ଧାବି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.