ବାଗଦାଦ ୧୨/୦୯: ଆମେରିକା ସେନା ଉପରେ ଆକ୍ରମଣ କଲା ଇରାକ୍ ! ଶନିବାର ବିଳମ୍ବିତ ରାତିରେ ଏରବିଲ୍ ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଉତ୍ତର ଇରାକରୁ ବିସ୍ଫୋଟକ ଭରା ଡ୍ରୋନ ଆସିଥିଲା। ଏୟାରପୋର୍ଟରେ ଆମେରିକା ନେତୃତ୍ବାଧୀନ ମେଣ୍ଟ ସେନାର ଯବାନ ମୁତୟନ ଥିଲେ। ଏବେ ଯାଏ କେହି ମୃତାହତ ନେଇ ସୂଚନା ମିଳିନାହିଁ ।
କର୍ଦ୍ଦିସ୍ତାନର ଆତଙ୍କବାଦୀ ନିରୋଧୀ ସଙ୍ଗଠନ ଅନୁଯାୟୀ, ବିସ୍ଫୋଟକ ଭର୍ତ୍ତି ଅତିକମରେ ଦୁଇଟି ଡ୍ରୋନ୍ ମାଧ୍ୟମରେ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ଉର୍ଦ୍ଦୂ ସ୍ବାୟତ୍ତ ଉତ୍ତର କ୍ଷେତ୍ରର ପ୍ରବକ୍ତା ଲକ ଗଫୁରି କହିଛନ୍ତି, ବିସ୍ଫୋଟକ ଏୟାରପୋର୍ଟର ବାହାରେ ପଡ଼ିଛି। ଏଥିରେ କୌଣସି ପ୍ରକାର ଉଡ଼ାଣ ବାତିଲ ହୋଇନାହିଁ। ଏବେ ବି ବିମାନବନ୍ଦର ଖୋଲା ରହିଛି ଏବଂ କୁର୍ଦ୍ଦ ଅଧିକାରୀ ତଦନ୍ତ କରୁଛନ୍ତି ବୋଲି ସେ କହିଛନ୍ତି ।
wp:html/wp:htmlFootage of recent drone attack that targeted #Erbil airport, air defenses repelled. pic.twitter.com/nXnOciUZuw
— Barzan Sadiq (@BarzanSadiq) September 11, 2021
ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନ୍ରେ ରକେଟ ଆକ୍ରମଣ ହୋଇଥିଲା। ସେଠାରେ ଆମେରିକା ଦୂତାବାସ ମଧ୍ୟ ରହିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନଥିଲେ। ତାପରେ ଦୁଇ ମାସ କୌଣସି ଆମେରିକାର ଭିତ୍ତିଭୂମି ଉପରେ ଆକ୍ରମଣ ହୋଇନଥିଲା । ଏହାର ଅର୍ଥ ଦୁଇ ମାସ ପରେ ପୁଣି ଆମେରିକା ସୈନ୍ୟ ଠିକଣା ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ସେପେଟ ଏହି ହମଲା ପାଇଁ ଇରାନକୁ ଦାୟୀ କରିଛନ୍ତି ଆମେରିକୀୟ ଅଧିକାରୀ ।