ବିନା ହେଲମେଟରେ ବାଇକ୍ ଚଳାଇବା ମନ୍ତ୍ରୀ ଏବଂ ସାଂସଦଙ୍କୁ ପଡିଲା ମହଙ୍ଗା: ଦୁର୍ଘଟଣା ହେଲା, ଚାଲାଣ ବି କଟିଲା

Published By : Prameya-News7 Bureau | June 01, 2021 IST

ମଧ୍ୟପ୍ରଦେଶ ୦୧/୦୬: ମଧ୍ୟପ୍ରଦେଶରେ ଉଜୈନ ସାଂସଦ ଅନିଲ ଫିରୋଜିଆଙ୍କୁ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଲା। ଗୋଟେପଟେ ବିନା ହେଲମେଟରେ ବାଇକ୍ ଚଳାଉଥିଲେ ଅନ୍ୟ ପଟେ ଆଉ ଏକ ବାଇକ୍ ସହ ମଧ୍ୟ ଧକ୍କା ହୋଇଥିଲେ । ସାଂସଦ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଗଣମାଧ୍ୟମଙ୍କର ସାମ୍ନା ମଧ୍ୟ କରିବାକୁ ପଡିଥିଲା । ଏଥି ସହିତ, ଟ୍ରାଫିକ ନିୟମ ଉଲ୍ଲଂଘନ ହେତୁ ପରେ ସେ ଟ୍ରାଫିକ ଷ୍ଟେସନକୁ ଯାଇ ୨୫୦ ଟଙ୍କାର ଚାଲାଣ କାଟିଥିଲେ।

ଏହି ଘଟଣା ସକାଳ ୬ ଟାରେ ଯେତେବେଳେ କ୍ୟାବିନେଟ ମନ୍ତ୍ରୀ ମୋହନ ଯାଦବ ଏବଂ ସାଂସଦ ଅନିଲ ଫିରୋଜିଆ କୃଷି ବଜାରରେ ପହଞ୍ଚି ବ୍ୟବସାୟୀଙ୍କୁ ଲକଡାଉନ୍ ସମୟରେ ମଧ୍ୟ କରୋନା ନିର୍ଦ୍ଦେଶାବଳୀ ବିଷୟରେ ଅବଗତ କରାଇଥିଲେ। ଏହା ପରେ ମନ୍ତ୍ରୀ ଓ ସାଂସଦ ବିନା ହେଲମେଟରେ ବାଇକ ଚଳାଇ ଆସିଥିଲେ । ସାଂସଦ ଅନିଲ ଫିରୋଜିଆ ବୁଲେଟ୍ ଚଳାଉଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ମୋହନ ଯାଦବ ତାଙ୍କ ପଛରେ ବସିଥିଲେ। ଏହି ସମୟରେ ଜଣେ ମୋଟରସାଇକେଲ ଆରୋହୀ ତାଙ୍କ ବୁଲେଟକୁ ଧକ୍କା ଦେଇଥିଲେ,  ଯାହାଫଳରେ ମୋହନ ଯାଦବଙ୍କୁ ସାମାନ୍ୟ ଆଘାତ ହୋଇଥିଲା।

ଏହା ପରେ ଯେତେବେଳେ ଗଣମାଧ୍ୟମ ସାଂସଦଙ୍କୁ ବିନା ହେଲମେଟରେ ବାଇକ୍ ଚଲାଇବା ବିଷୟରେ ପ୍ରଶ୍ନ ପଚାରିଥିଲେ, ସେ ନିଜ ଭୁଲକୁ ସ୍ୱୀକାର କରି ଟ୍ରାଫିକ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ ଷ୍ଟେସନରେ ମୋଟର ଯାନ ଅଧିନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ସାଂସଦଙ୍କ ଉପରେ ୨୫୦ ଟଙ୍କା ଚାଲାଣ କଟାଯାଇଥିଲା। ଟ୍ରାଫିକ ନିୟମ ଭାଙ୍ଗିବା ପାଇଁ ଚାଲାଣ କାଟ କରି ମନ୍ତ୍ରୀ ତଥା ସାଂସଦ ଏକ ଭଲ ବାର୍ତ୍ତା ଦେଇଛନ୍ତି ବୋଲି ଡିଏସପି ସୁରେନ୍ଦ୍ରପାଲ ସିଂ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.