ସାଙ୍ଗର କାର୍ ଶିଖୁଥିଲେ, ଜଳଖିଆ ଦୋକାନରେ ଭର୍ତ୍ତି କରିଦେଲେ, ଏବେ ଖୋଜୁଛି ପୋଲିସ

Published By : Prameya-News7 Bureau | September 18, 2020 IST

ଭଦ୍ରକ, ୧୮|୦୯ :   ସାଙ୍ଗ କାର ନେଇ ଗାଁକୁ ଆସିଥିଲା । ସେଥିରୁ କାରକୁ ନେଇ ଚଳାଇବା ଶିଖୁଥିଲେ ଯୁବକ । କିନ୍ତୁ ଶିଖିବା ଭିତରେ ଜଳଖିଆ ଦୋକାନକୁ ଧକ୍କା ଦେଇ ଦୋକାନ ଭିତରେ ପସିଗଲା କାର। କାର ମାଲିକ ରହିଗଲେ ଆଉ ଗାଡି ଚଳାଉଥିବା ସାଙ୍ଗ ଫେରାର ହୋଇଗଲା । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ବଜାରରେ ।

ସୂଚନା ଅନୁଯାୟୀ, ମଞ୍ଜୁରୀରୋଡ଼ ବଜାରରେ ଜନୈକ ବ୍ୟକ୍ତି ପାନ ଦୋକାନ କରିଥିଲେ । ତାଙ୍କ ସାଙ୍ଗ ଅନ୍ୟ ଜିଲ୍ଲାରୁ କାରରେ ଆସିଥିଲେ । ସେଠାରେ ସାଙ୍ଗର କାର ନେଇ ଡ୍ରାଇଭିଂ ଶିଖିବା ପାଇଁ ବାହାରିଲେ । କାର ମାଲିକ ଗାଡିରେ ବସିଥିବା ବେଳେ ସାଙ୍ଗ କାର ଚଳାଉଥିଲେ । ହଠାଥ ଗାଡିର ଭାରସାମ୍ୟ ହରାଇ କାରଟି ଜଳଖିଆ ଦୋକାନ ଆଡକୁ ମାଡିଯାଇଥିଲା ।

କାରଟି ଦୋକାନ ଭିତରେ ପସିଯିବା ସମୟରେ ଦୋକାନରେ ଥିବା ଯୁବକ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ କାର ଡ୍ରାଇଭିଂ ଶିଖୁଥିବା ସାଙ୍ଗ ଯେନେତେନେ କାରରୁ ବାହାରି ପଳାଇଯାଇଥିଲେ । ସ୍ଥାନୀୟ ଲୋକେ କାର ଭିତରୁ ମାଲିକଙ୍କୁ ବାହାର କରି ମଞ୍ଜୁରୀରୋଡ଼ ଫାଣ୍ଡିରେ ଜିମା ଦେଇଥିବା ସୁଚନା ମିଳିଛି । ତେବେ କାର  ଡ୍ରାଇଭିଂ ଶିଖୁଥିବା ଯୁବକ ଜଣକ ଫେରାର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.