Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପାର୍ବଣ ଋତୁରେ ଏହିସବୁ କାରଣରୁ ରଦ୍ଦ ହୋଇପାରେ ଆପଣଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ରୁହନ୍ତୁ ସତର୍କ

14/10/2020 at 12:13 PM

ନୂଆଦିଲ୍ଲୀ ୧୪/୧୦ : ଦେଶରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ନୂଆ ଯାନବାହାନ ଆକ୍ଟ (Motor Vehicles Amendment Act 2019) ଲାଗୁ ହୋଇଥିଲା। ନୂଆ ଆକ୍ଟ ଲାଗୁ ହୋଇଥିବା ବର୍ଷେ ହୋଇସାରିଛି। ନୂଆ ଯାନବାହାନ ଆକ୍ଟ ୨୦୧୯ ଅନୁଯାୟୀ, ଜରିମାନା ରାଶି, ଚାଲାଣରେ ଅନେକ ପରିବର୍ତ୍ତନ ହୋଇଛି। ନୂଆ ସଂଶୋଧିତ ବିଲରେ ସଡକ ଦୁର୍ଘଟଣା ରୋକିବାକୁ ପ୍ରାବଧାନ କରାଯାଇଛି। ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା କଡାକଡି କରାଯାଇଛି। ଏହାସହ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆରସି ଓ ଗାଡି ଇନ୍ସୁରାନ୍ସ ଭଳି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ଯାନବାହାନ ଆକ୍ଟରେ ଗାଡି କାଗଜପତ୍ର ସାଙ୍ଗରେ ରଖିବା ଝାମେଲାରୁ ମୁକ୍ତି ଦିଆଯାଇଛି। ଏହି ଆକ୍ଟରେ ଆପଣଙ୍କର ଗୋଟିଏ ଛୋଟ ଭୁଲ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଧ କରିବାକୁ ଯଥେଷ୍ଟ। ସେଥିପାଇଁ ଗାଡି ଚଲାଇବା ସମୟରେ ୫ଟି ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ।

ବିପଦପୂର୍ଣ୍ଣ ହିସାବରେ ଗାଡି ଚଲାଇବା କିମ୍ବା ମଦ ପିଇ ଗାଡି ଚଲାଇଲେ ପୂର୍ବାପେକ୍ଷା ଅଧିକ ଜରିମାନା ଦେବାକୁ ପଡୁଛି। ଫଳରେ ଲୋକଙ୍କ ଦିନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ହୋଇଛି। ଲୋକେ ଜରିମାନା ଓ ଦଣ୍ଡ ଭୟରେ ସତର୍କ ରହୁଛନ୍ତି। ନୂଆ ଆଇନ ଲାଗୁ ହେବାପରେ ଟ୍ରାଫିକ ପୋଲି ସାମାନ୍ୟ ଯାଞ୍ଚ କଲେ ମଧ୍ୟ ଲୋକେ ପୂର୍ବାପେକ୍ଷା ଅଧିକ ସତର୍କ ରହୁଛନ୍ତି।

ପୂର୍ବରୁ ଡ୍ରାଇଭିଙ୍ଗ ଲାଇସେନ୍ସ ଅବଧି ଶେଷ ହେବାପରେ ବି ଗାଡି ଚଳାଉଥିଲେ। କିନ୍ତୁ ବର୍ତ୍ତମାନ ଏଥିପାଇଁ ନିୟମ କଡାକଡି କରାଯାଇଛି। ଗାଡିର ପ୍ରଦୂଷଣ ସାର୍ଟିଫିକେଟ ମଧ୍ୟ କଡାକଡି କରାଯାଇଛି। ଚାଳକଙ୍କ ସତର୍କତା ଯୋଗୁଁ ଦୁର୍ଘଟଣା ମଧ୍ୟ କମ ହେଉଛି। ତଥାପି ବିନା ହେଲମେଟରେ ଗାଡି ଚଳାଉଥିବା ଚାଲାଣ ଏବେ ବି ବହୁତ ରହିଛି।

ନୂଆ ନିୟମ ଅନୁଯାୟୀ, ପୋଲିସ କିମ୍ବା ଟ୍ରାଫିକ ଅଧିକାରୀଙ୍କ ସହ ଦୁର୍ବ୍ୟବହାର, ଗାଡି ନ ରୋକିବା, ଟ୍ରକ କ୍ୟାବିନରେ ଯାତ୍ରୀ ବସାଇବା ଆଦି ଦୁର୍ବ୍ୟବହାର ଅନ୍ତର୍ଭୁକ୍ତ। ଏହିଭଳି କଲେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇପାରେ। ଏହାସହ ଜରିମାନା ମଧ୍ୟ ଦେବାକୁ ପଡିପାରେ। ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଅଧିସୂଚିତ ନୂଆ ନିୟମ ଅନୁସାରେ, ଟ୍ୟାକ୍ସିରେ ଅଧିକ ଯାତ୍ରୀ ବସାଇବା, ଯାତ୍ରୀଙ୍କ ସହ ଦୁର୍ବ୍ୟବହାର, ଷ୍ଟପରେ ନ ଓହ୍ଲାଇବା, ବସ ଚଲାଇବା ସମୟରେ ଧୂମପାନ କରିବା, ମଦ ପିଇ ଗାଡି ଚଲାଇବା, ବିନା କାରଣରେ ଗାଡି ଧୀରେ ଚଲାଇବା ଆଦି ଚାଳକଙ୍କୁ ମହଙ୍ଗା ପଡିବ।

ନୂଆ ନିୟମ ଅନୁସାରେ ଟ୍ରାଫିକ ପୋଲିସ ଓ ଆରଟିଓ ଜରିମାନା ରାଶି ଓ ଚାଳକଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସୂଚନା ପୋର୍ଟାଲରେ ଦର୍ଜ କରିବା ଅନିବାର୍ଯ୍ୟ। ପ୍ରତିଦିନ ପୋର୍ଟାଲ ଅପଡେଟ କରିବାକୁ ପଡିବ। ଯେପରି ଡ୍ରାଇଭରଙ୍କ ପୁରା ତଥ୍ୟ ହାସଲ କରାଯାଇପାରିବ। ନୂଆ ଆଇନରେ ଅଧିକାରୀଙ୍କୁ ଦଣ୍ଡିତ ଡ୍ରାଇଭରଙ୍କ ବ୍ୟବହାର ସମ୍ପର୍କରେ ସୂଚନା ଦେବାକୁ ହେବ। ଏହା ଦ୍ୱାରା ଡ୍ରାଇଭରର ସବୁ ପ୍ରକାର ତଥ୍ୟ ଅନଲାଇନ ପୋର୍ଟାଲରେ ଦର୍ଜ କରାଯାଇପାରିବ। ଏହାଦ୍ୱାରା ଜନତାଙ୍କ ପ୍ରତି ବିପଦ ସୃଷ୍ଟି କରିବା, ବାହନ ଚୋରି, ଯାତ୍ରୀଙ୍କୁ ହମଲା, ଜିନିଷ ଚୋରି କରୁଥିବା ଡ୍ରାଇଭରଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିବାର ପ୍ରାବଧାନ ପ୍ରଥମଥର ପାଇଁ କରାଯାଇଛି। ସରକାରୀ ପୋର୍ଟାଲରେ ବି ଏହାର ରେକର୍ଡ ରହିବ। ଏହାଦ୍ୱାରା ଭବିଷ୍ୟତରେ ଡ୍ରାଇଭରର ବ୍ୟବହାର ଉପରେ ନଜର ରଖାଯାଇପାରିବ।

   Related Posts