Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ହୋଇଯାଆନ୍ତୁ ସତର୍କ : ଏବେ ଗାଡ଼ି ଚଲାଇବାବେଳେ ମୋବାଇଲରେ କଥା ହେବା ପଡ଼ିବ ମହଙ୍ଗା

25/07/2019 at 6:02 PM

ଲକ୍ଷ୍ନୈା ୨୫/୭: ଲକ୍ଷ୍ନୈାରେ ଏବେ ଗାଡ଼ି ଚଲାଇବାବେଳେ ମୋବାଇଲରେ କଥା ହେବା ମହଙ୍ଗା ସାବ୍ୟସ୍ତ ହେବ। ଏପରି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ୩ମାସ ଯାଏଁ ନିଲମ୍ବିତ କରି ଦିଆଯିବ। ଏହା ପରେ ବି ନ ସୁଧୁରିଲେ ଏବଂ ୩ଥର ମୋବାଇଲରେ କଥା ହେବା ବେଳେ ଧରା ପଡ଼ିଲେ ଡିଏଲ୍ ଅଚଳ କରାଯିବ। ଏବେ ଚାଲାଣ ହେଲେ ୫୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିଥାଏ।

ପରିବହନ ଅଧିକାରୀଙ୍କ କହିବାନୁସାରେ କଡ଼ାକଡ଼ି ପରେ ମଧ୍ୟ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେବା ଉପରେ କଟକଣା କରାଯାଇପାରୁନାହିଁ।

ଏହା ଦ୍ବାରା ଦୁର୍ଘଟଣା ବଢ଼ୁଛି। ଏହାକୁ ରୋକାଯିବା ପାଇଁ ଏବେ ରାସ୍ତାରେ ମୁତୟନ ଥିବା ପୋଲିସ୍ ଲୋକଙ୍କ ଚାଲାଣ କରିବେ ଏବଂ ଏହା ସହ ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ବିବରଣୀ ଦାଖଲ କରିବାକୁ ପଡ଼ିବ।

ଏହା ଦ୍ବାରା ତାଙ୍କୁ ନୋଟିସ୍ ପଠାଯାଇ ଡ୍ରାଇଭିଙ୍ଗ ଲାଇସେନ୍ସ ନିଲମ୍ବିତ କରାଯିବାର ସୂଚନା ପଠାଯିବ। ପୋଲିସକୁ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଦେଖାଇଲେ ଏଥିପାଇଁ ଅଲଗା ଜୋରିମାନା ଆଦାୟ କରାଯିବ। ଯେଉଁ ଚାଳକମାନେ ୩ଥର ଏପରି ଘଟଣାରେ ଧରାପଡ଼ିଲେ ତାହେଲେ ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଅକାମୀ କରି ଦିଆଯିବ।

ମନକାମେଶ୍ବର ମନ୍ଦିର ରାସ୍ତାରେ ସ୍ଥିତ ପୋଲିସ୍ ବୁଥ୍ ନିକଟରେ ଗତ ମଙ୍ଗଳବାର ୪୫ବର୍ଷ ବୟସ୍କା ହୀରାବତୀଙ୍କୁ ଯେଉଁ ବସ୍ ଧକ୍କା ମାରିଥିଲା ସେହି ବସର ଡ୍ରାଇଭର ମଧ୍ୟ ଦୁର୍ଘଟଣା ସମୟରେ ମୋବାଇଲରେ କଥା କହୁଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଚାଳକ ବସ୍ ୟୁଟର୍ଣ୍ଣ କରିବାକୁ ମହିଳା ଜଣକ ବସର ଆଗ ଚକା ତଳେ ରହିଯାଇଥିଲେ। ଏହା ଦେଖି ଆଖପାଖର ଦୋକାନୀମାନେ ଚିତ୍କାର କରି କହିଥିଲେ କିନ୍ତୁ ମୋବାଇଲରେ କଥା ହେବାରେ ବ୍ୟସ୍ତ ଥିବା ବସ୍ ଚାଳକ କାହା ଚିତ୍କାର ଶୁଣିପାରିନଥିଲା।

   Related Posts