ଅକ୍ଟୋବର ୧ତାରିଖରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟ : ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ
23/09/2019 at 2:32 PM

ନୂଆଦିଲ୍ଲୀ ୨୩/୯:୨୦୧୯ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଅର୍ଥାତ୍ ଡିଏଲ ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟ(ଆରସି) ମଧ୍ୟ ବଦଳିଯିବ। ପ୍ରକୃତରେ,ଆସନ୍ତା ଅକ୍ଟୋବର ୧ତାରିଖରୁ ଡିଏଲ୍ ଏବଂ ଆରସିକୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ପୂରା ଭାରତରେ ଡିଏଲ୍ ଏବଂ ଆରସିର ରୂପରେଖ ବଦଳିବାକୁ ଯାଉଛି। ଏବେ ପୂରା ଭାରତରେ ଡିଏଲ୍ ଏବଂ ଗାଡ଼ିର ରଙ୍ଗ,ଲୁକ୍ ଡିଜାଇନ୍ ଏବଂ ସିକ୍ୟୁରିଟି ଫିଚର୍ସ ସବୁ ସମାନ ରହିବ।
ନୂଆ ନିୟମ ଅନୁସାରେ,ଏହି ସ୍ମାର୍ଟ ଡିଏଲ୍ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର୍ କୋଡ ରହିବ। ଏବେ ପ୍ରତି ରାଜ୍ୟରେ ଡିଏଲ୍,ଆରସିର ରଙ୍ଗ ସମାନ ହେବ ଏବଂ ଏଗୁଡ଼ିକର ପ୍ରିଣ୍ଟିଙ୍ଗ ମଧ୍ୟ ଏକାଭଳି ହେବ। ସରକାରଙ୍କ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ,ଡିଏଲ ଏବଂ ଆରସିରେ ସୂଚନା ସମାନ ଏବଂ ଗୋଟିଏ ସ୍ଥାନରେ ରହିବ।
ଏବେ ଡିଏଲ୍ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର କୋଡ ରହିବ, ଫଳରେ ପୂର୍ବ ରେକର୍ଡ଼ ଲୁଚାଯାଇ ପାରିବ ନାହିଁ। କ୍ୟୁଆର କୋଡ ଦ୍ବାରା କେନ୍ଦ୍ର ଡାଟା ବେସ୍ ଦ୍ବାରା ଡ୍ରାଇଭର କିମ୍ବା ଗାଡ଼ିର ସମସ୍ତ ରେକର୍ଡ଼ ଗୋଟିଏ ସ୍ଥାନରେ ପଢ଼ାଯାଇପାରିବ। କ୍ୟୁଆର କୋଡ ରିଡ କରିବା ପାଇଁ ଟ୍ରାଫିକ ପୋଲିସକୁ ଏକ ହ୍ୟାଣ୍ଡି ଟ୍ରାକିଙ୍ଗ ମେସିନ୍ ଦିଆଯିବ। ଏହା ସହିତ ଡିଏଲର ପଛରେ ଏମରଜେନ୍ସି କଣ୍ଟାକ୍ଟ ନମ୍ବର ମଧ୍ୟ ଦିଆଯିବ।
ଏହି ନିୟମ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟେସନ୍ ସାର୍ଟିଫିକେଟକୁ ନେଇ କୌଣସି ଦ୍ବନ୍ଦ୍ବ ସୃଷ୍ଟି ହେବ ନାହିଁ। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯେ ନୂଆ ନିୟମ ଦ୍ବାରା ସମସ୍ତ ଗାଡ଼ି ଏବଂ ଡ୍ରାଇଭରଙ୍କ ସେଣ୍ଟ୍ରାଲ ଅନଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯାଇ ପାରିବ। ସରକାର ଆରସି ଏବଂ ଡିଏଲ୍ କାର୍ଡ଼ର ପ୍ରିଣ୍ଟିଙ୍ଗ କ୍ବାଲିଟିକୁ ମଧ୍ୟ ଉନ୍ନତ କରିବ,ଫଳରେ ଏହା ଶୀଘ୍ର ଛାଡ଼ିବ ନାହିଁ।
ଡିଏଲ୍ ଏବଂ ଆରସିକୁ ନେଇ ବର୍ତ୍ତମାନ ପ୍ରତି ରାଜ୍ୟ ନିଜ ନିଜ ମୁତାବକ ଫରମାର୍ଟ ପ୍ରସ୍ତୁତ କରୁଛନ୍ତି,କିନ୍ତୁ ଏଥିରେ ସମସ୍ୟା ହେଉଛି ଯେ କେତେକ ରାଜ୍ୟରେ ଏହି ସୂଚନା ଆରମ୍ଭରୁ ଅଛି ତ କେତେକ ରାଜ୍ୟରେ ଏହା ପଛପଟେ ଛପିଥାଏ। କିନ୍ତୁ ସରକାରଙ୍କ ନୂଆ ନିୟମ ପରେ ଡିଏଲ୍ ଏବଂ ଆରସିର ସୂଚନା ଗୋଟିଏ ସ୍ଥାନରେ ହିଁ ରହିବ।