Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ଏହାର ନୂଆ ବୈଶିଷ୍ଟ୍ୟ

10/05/2019 at 9:32 PM

ଯଦି ଆପଣ ବାହନ ଚଳାଉ ଥାନ୍ତି ଓ ଡ୍ରାଇଭିଂ ଲାଇସେନ୍ସ ଥାଏ ତେବେ ଏହି ଖବର ଆପଣ ନିତ୍ୟାନ୍ତ ଜାଣିବା ଦରକାର । ଆସନ୍ତା ଅକ୍ଟୋବର ମାସରୁ ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ନୂଆ ଘୋଷଣା କରିବେ।  ଡ୍ରାଇଭିଂ ଲାଇସେନ୍ସ ନିୟମକୁ ଅଧିକ ଶରଳ କରିବା ଓ ଲୋକଙ୍କୁ ଉନ୍ନତମାନର ସେବା ପ୍ରଦାନ ନିମନ୍ତେ ଏହି ନିୟମରେ ପରିବର୍ତ୍ତନ ହେବ।  ଯେବେଠାରୁ ଏହି ନିୟମ ଲାଗୁ ହେବ ସେବେଠାରୁ ସାରା ଦେଶରେ ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ ହେବ।

ନୂଆ ପରିବର୍ତ୍ତନରେ ଡ୍ରାଇଭିଂ ଲାଇସେନ୍ସ ଓ ବାହାନ ପଞ୍ଜିକରଣ ସାର୍ଟିଫିକେଟ ଗୋଟିଏ ପ୍ରକାରର ହେବ। ନୂଆ ନିୟମ ଅନୁସାରେ ଲାଇସେନ୍ସରେ ମାଇକ୍ରୋଚିପ୍ ଓ କ୍ୟୁଆର କୋଡ ରହିବ। ଫଳରେ ଡ୍ରାଇଭର ପୂର୍ବରୁ କରିଥିବା ଉଲ୍ଲଂଘନ ଲୁଚାଇବା ଆଉ ସମ୍ଭବ ହେବନି। ଅନଲାଇନ ଡାଟା ବେସରୁ ଡ୍ରାଇଭର ଓ ବାହାନର ସମସ୍ତ ସୂଚନା ମିଳିପାରିବ। ଏହା ଛଡା କ୍ୟୁଆର କୋଡ ସ୍କାନ କରିବା ମାତ୍ରେ ଗାଡି ଓ ଚାଳକଙ୍କ ସମସ୍ତ ସୂଚନା ମିଳିଯାଇପାରିବ।

ଏପର୍ଯ୍ୟନ୍ତ ଦେଶରେ ବିଭିନ୍ନ ରାଜ୍ୟ ନିଜ ନିଜର ସୁବିଧା ଅନୁସାରେ ଡିଏଲ ଓ ଆରସି ପ୍ରସ୍ତୁତ କରୁଛନ୍ତି । ତେବେ ଅକ୍ଟୋବର ମାସରୁ ଆଉ ଏଭଳି ହେବ ନାହିଁ । ସାରା ଦେଶରେ ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ ଓ ଆରସି ପ୍ରଚଳିତ ହେବ। ନୂଆ ଡ୍ରାଇଭିଂ ଲାଇସେନ୍ସ ପଲି କାର୍ବନେଟରେ ହେବ। ଯେଉଁଥିରେ କ୍ୟୁଆର କୋଡ ଓ ଅନ୍ୟ ସୂଚନା ଉପଲବ୍ଧ ରହିବ।  

   Related Posts