ବଦଳିବାକୁ ଯାଉଛି ଡ୍ରାଇଭିଙ୍ଗ ଲାଇସେନ୍ସ : ନୂଆ ନିୟମ ଲାଗୁ କରିବେ ମୋଦି ସରକାର

Published By : Prameya-News7 Bureau | December 19, 2018 IST

ଭୁବନେଶ୍ୱର ୧୯/୧୨ : ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର | ଯାହାଫଳରେ ଦେଶରେ ସମାନ ରହିବ ସମସ୍ତଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ | ସମସ୍ତ କେନ୍ଦ୍ର ଶାସିତ ରାଜ୍ୟ ଏବଂ ପ୍ରଦେଶରେ ଜାରି ହେବାକୁ ଯାଉଥିବା ଲାଇସେନ୍ସ ସମାନ ରହିବ | ଏହାର ରଙ୍ଗ, ଡିଜାଇନ, ସିକ୍ୟୁରିଟି ଫିଚର ସବୁ ଏକା ଭଳି ରହିବ | ଏହା ହେବ ସ୍ମାର୍ଟ ଡ୍ରାଇଭିଙ୍ଗ ଲାଇସେନ୍ସ | ଏହି ସ୍ମାର୍ଟ  ଡିଏଲ ଏବଂ ଆରସିରେ ରହିବ ମାଇକ୍ରୋ ଚିପ ଏବଂ କ୍ୟୁଆର କୋଡ଼ | ୟୁନିଫର୍ମ ଡ୍ରାଇଭିଙ୍ଗ ଲାଇସେନ୍ସର ଚିପରେ ପ୍ରିଣ୍ଟ କରାଯାଇଥିବା ସମସ୍ତ ତଥ୍ୟ ସେଭ ହୋଇ ରହିବ | ଚାଳକ ପରିବହନ ନିୟମର ଉଲଂଘନ କଲେ ତାଙ୍କ ବିରୋଧରେ ଥିବା ଅପରାଧ ଏବଂ ଜୋରିମାନା ସମ୍ପର୍କିତ ସୂଚନା ମଧ୍ୟ ରହିବ | ଯାହାଫଳରେ କୌଣସି ଅପରାଧ କଲେ କିମ୍ବା ନିୟମ ଭାଙ୍ଗିଲେ ତାଙ୍କ ପୁରୁଣା ରେକର୍ଡ ଯାଞ୍ଚ କରାଯାଇପାରିବ | ଏଥିସହ ଏଥିରେ ଟ୍ୟାକ୍ସ, ବୀମା ଏବଂ ପିୟୁସିର ତଥ୍ୟ ମଧ୍ୟ ରହିବ | 

{"id":65329}

ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ପ୍ରତ୍ୟେକ ରାଜ୍ୟର ଡ୍ରାଇଭିଙ୍ଗ ଲାଇସେନ୍ସର ରଙ୍ଗ ଓ ଡିଜାଇନ ଦେଖିବାକୁ ଅଲଗା ପ୍ରକାରର | ତେବେ ଏଥିରେ ସମାନତା ଆଣିବା ପାଇଁ ସରକାରଙ୍କ ଏହା ଏକା ପ୍ରୟାସ | ଅଧିକାରୀ କହିଛନ୍ତି ଯେ, ଯେଉଁମାନଙ୍କର ପୁରୁଣା ଲାଇସେନ୍ସ ରହିଛି ସେମାନଙ୍କୁ ନୂଆ ଲାଇସେନ୍ସ ବଦଳାଇବା ପାଇଁ ସମୟ ଦିଆଯିବ | ପୁରୁଣା ଲାଇସେନ୍ସକୁ ବଦଳାଇ ନୂଆ ଲାଇସେନ୍ସ କରିବା ବାଧ୍ୟତାମୂଳକ ହେବ | କାରଣ ନୂଆ ଲାଇସେନ୍ସର ଫର୍ମାଟ ସାମାନ ରହିବ | 

{"id":65332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.