ଯଦି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ତୁରନ୍ତ କରନ୍ତୁ ଏହି କାମ, ବଦଳିଯାଇଛି ଆଇନ

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଯାନ ଆଇନ ୨୦୧୯ ଲାଗୁ ହେବା ପରେ ଅକ୍ଟୋବର ମାସରୁ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତି ନିୟମ ବି ବଦଳିଯାଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବି ବଦଳି ଯାଇଛି। ଫଳରେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଫର୍ମାଟ ଏକ ହୋଇଯାଇଛି।

{"id":167392}

ଏଥିରେ ଏବେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ କ୍ୟୁଆର କୋଡ ସାଙ୍ଗକୁ ମାଇକ୍ରୋଚିପ୍ ବି ଲାଗି ରହୁଛି। ଫଳରେ ଦେଶର ସବୁ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଓ ଯାନ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଏକା ଭଳି ହେବ। ଏଣୁ ଆରସି ଓ ଡ୍ରାଇଭିଂ ଲାଇସେନ୍ସର ସୂଚନା ବି ଗୋଟିଏ ସ୍ଥାନରେ ମିଳିପାରିବ। ତେବେ ପୂର୍ବରୁ ଏହି ସବୁ ଆବଶ୍ୟକ ଜିନିଷର ପ୍ରିଣ୍ଟିଂ ଓ ଅନ୍ୟାନ୍ୟ ସୂଚନା ପୃଥକ ଥିଲା। ସୂଚନା ବି ଅଲଗା ଅଲଗା ମିଳୁଥିଲା। କ୍ୟୁଆର କୋର୍ଡରୁ ଡ୍ରାଇଭର ଓ ଯାନର ପୂର୍ବ ସୂଚନା ମିଳିବ।

{"id":167393}

ଡିଏଲରେ ଥିବା ମାଇକ୍ରୋଚିପ୍ ଓ କ୍ୟୁଆର କୋଡରୁ ଆପଣଙ୍କ ପୁରାସୂଚନା ମିଳିଯାଇପାରିବ। ଏହା ସାହାଜ୍ୟରେ କେନ୍ଦ୍ରୀୟ ଡାଟା ବେସ୍ ରୁ ଡ୍ରାଇଭର ଓ ବାହନର ସମସ୍ତ ରେକର୍ଡ ମିଳିପାରିବ। ଡିଏଲ ପଛରେ ଏମାର୍ଜେନ୍ସୀ ନମ୍ବର ଲେଖା ରହିବ। ଆବଶ୍ୟକତା ପଡିଲେ ପୋଲିସ ଅଥବା ଅନ୍ୟ କେହି ନମ୍ବରରେ ସମ୍ପର୍କ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.