ଏଣିକି ରାସ୍ତାରେ ପୁରୁଣା କାର୍ ଚଳାଇଲେ ଲାଗିବ ଫାଇନ୍, ହଜାରେ କି ଦୁଇ ହଜାର ନୁହେଁ ଗଣିବେ ଏତିକି ତଣ୍ଡ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬।୦୬: ଏଣିକି ରାସ୍ତାରେ ପୁରୁଣା କାର୍ ଚଳାଇଲେ ଲାଗିବ ଫାଇନ୍। ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରାସ୍ତାରେ ଚଳାଇବେ ତେବେ ଆପଣଙ୍କୁ ତଣ୍ଡ ଗଣିବାକୁକ ପଡ଼ିବ। ୫୦୦ କି ୧୦୦୦ ନୁହେଁ ଏକା ଥରକେ ୧୦ ହଜାର ଜୋରିମାନା ଦେବେ ଗାଡ଼ି ଚାଳକ। ତେଣୁ ଆପଣଙ୍କର ପାଖରେ ଯଦି ପୁରୁଣା ଗାଡ଼ି ଅଛି ତେବେ ଆପଣ ତୁରନ୍ତ ଏହାକୁ ବିକ୍ରି କରି ଦିଅନ୍ତୁ। ଏଭଳି କଡ଼ା ନିୟମ ଆଣିଛନ୍ତି ଦିଲ୍ଲୀ ସରକାର।

ମଙ୍ଗଳବାର ଏଭଳି କଡ଼ା ନିୟମ ଲାଗୁ କରିବା ସହିତ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ତେବେ ଏପରି ଗାଡ଼ି ଚଳାଚଳ ଉପରେ ନଜର ରଖିବା ପାଇଁ ବର୍ତ୍ତମାନ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। କିନ୍ତୁ ଗାଡ଼ିମାଲିକଙ୍କୁ ନୋଟିସ୍ କରାଯାଇଛି। ଯଦି ସେମାନଙ୍କର ପୁରୁଣା ଗାଡ଼ି ଥାଏ, ତେବେ ସେମାନେ ସରକାରଙ୍କ ଦ୍ୱାରା ଗଠିତ ୫ଟି ସ୍ୱତନ୍ତ୍ର ଗ୍ୟାରେଜରେ ଏହାକୁ ବିକ୍ରି କରିପାରିବେ। ଏନେଇ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.