ଏଣିକି ଘରେ କାମ କରୁଥିବା ବ୍ୟକ୍ତି ଏବଂ ଡ୍ରାଇଭରଙ୍କୁ ବି ମିଳିବ ପିଏଫ, ଜାଣନ୍ତୁ କେବେ ଆଉ କିଭଳି ପାଇବେ ଏହି ସୁବିଧାର ଲାଭ

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ୭/୯:  ଏଣିକି ଚାକର, ଚାକରାଣୀ ଏବଂ ଗାଡି ଡ୍ରାଇଭରଙ୍କୁ ବି ମିଳିପାରେ ପିଏଫ । ଖୁବ୍ ଶୀଘ୍ର ହିଁ ଆପଣଙ୍କ ଘରେ କାମ କରୁଥିବା ଲୋକଙ୍କୁ ବି ପ୍ରୋଭିଡେଂଟ ଫଣ୍ଡର ସୁବିଧା ମିଳିପାରେ । ନରେନ୍ଦ୍ର ମୋଦି ସରକାର ସୋସିଆଲ ସିକ୍ୟୁରିଟି ନେଟକୁ ବୃଦ୍ଧି କରିବା ପାଇଁ ଅନେକ ଜନହୀତକର ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ସରକାର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଉ ଏହି ଯୋଜନାକୁ ଆହୁରୀ ବ୍ୟାପକ କରିବା ପାଇଁ ଏଣିକି ଡ୍ରାଇଭର ଏବଂ ମେଡ୍ ଭଳି ଘରୋଇ ଶ୍ରମିକଙ୍କ ପାଇଁ ବି ପିଏଫ ମିଳିବାର ବ୍ୟବସ୍ଥା ହୋଇପାରେ ।

{"id":123714}
Young woman showing cash money in her hands.

ଇପିଏଫ  ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,  ଏହି ଯୋଜନା ଜରିଆରେ  ଶ୍ରମ ମନ୍ତ୍ରାଳୟର ଉଦ୍ଦେଶ୍ୟ ରହିଛି କି,କର୍ମଚାରୀଙ୍କ  କିଛି ବର୍ଗଙ୍କୁ ପିଏଫରେ ୧୨ ପ୍ରତିଶତର ବାଧ୍ୟତାମୂଳକ ଯୋଗଦାନରୁ କମ ଯୋଗଦାନ କରିବାର ଅନୁମତି ମିଳିବ । ଏଥିସହିତ ହିଁ ଆବଶ୍ୟକ ପଡିଲେ ଏମ୍ପ୍ଲୋୟର୍ସଙ୍କୁ କୌଣସି ବି ପ୍ରକାରର ଉତ୍ତରଦାୟୀରୁ ବି ଆଶ୍ବସ୍ତି ମିଳିବ । ଏଥିପାଇଁ ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ଏବଂ ମିସିଲେନିୟସ ପ୍ରୋଭିଡେଂଟ ଆକ୍ଟରେ କିଛି ପରିବର୍ତ୍ତନ ଆଣିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଏବଂ ଏହି ଯୋଜନାରେ କୌଣସି ବି ବର୍ଗ ତଥା ଶ୍ରେଣୀର କର୍ମଚାରୀମାନଙ୍କ ଯୋଗଦାନ ରାଶି ଏବଂ ଅବଧିକୁ ସରକାର ନୋଟିଫାଏ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.