ଡ୍ରାଇଭରଙ୍କ ମୃତ ଦେହ ମିଳିଲା
31/07/2018 at 12:56 PM

ପାରାଦୀପ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଖସିପଡିଥିବା ଟ୍ରକ ଠାବ ପରେ ଉଦ୍ଧାର ଚାଲିଛି । ତେବେ ଟ୍ରକ ଉଦ୍ଧାର ବେଳେ ଗୋଟିଏ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହକୁ ଉଦ୍ଧାର କରାଯାଇଛି । ସେହି ମୃତଦେହଟି ଟ୍ରକ ଡ୍ରାଇଭର ଅଜିତ୍ ମଣ୍ଡଳଙ୍କର ବୋଲି ଜଣାପଡିଛି । ଅଜିତଙ୍କ ପରିବାର ଲୋକେ ଆସି ମୃତଦେହ ଚିହ୍ନଟ କରିଛନ୍ତି । କିନ୍ତୁ ହେଲପରଙ୍କର ପତ୍ତା ମିଳୁନି । ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍, ପାରାଦୀପ ବନ୍ଦର ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ୨ଦିନ ତଳେ ପୋଲ ଉପରୁ ଟ୍ରକଟି ମହାନଦୀକୁ ଖସିପଡିଥିଲା
Related Posts
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021
ସୀମାନ୍ତରେ ଏନ୍କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
19 January 2021