Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମୁହଁ ଖୋଲିଲେ ବଲାଙ୍ଗୀର ପାର୍ଟିରୁ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଆଣିବାକୁ ଯାଇଥିବା ଡ୍ରାଇଭର, ଉଭୟଙ୍କ ସମ୍ପର୍କକୁ ନେଇ କହିଲେ ଏମିତି କଥା

27/07/2021 at 4:44 PM

ଉଦଳା ୨୭।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଭିତରକୁ ଟାଣି ହୋଇଯାଉଛି ।  ଘଟଣା ଏବେ ଅଡୁଆ ସୂତା ଭଳି ମନେ ହେଉଥିବା ବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏସବୁ ଭିତରେ ସାମ୍ନାକୁ ଆସିଛି ଗାଡି ଡ୍ରାଇଭର ।

ଏଇ ହେଉଛନ୍ତି ସେହି ଗାଡିର ଡ୍ରାଇଭର ଯେଉଁ ଗାଡି ବିଦ୍ୟାଭାରତୀଙ୍କୁ ତାଙ୍କ ବଲାଙ୍ଗୀର ପାର୍ଟିରୁ ଆଣିବାକୁ ଯାଇଥିଲା । ଅପ୍ରେଲ ୧୩ ତାରିଖ ଦିନ ଡ୍ରାଇଭର ଜଣଙ୍କ ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗୀର ଯାଇଥିଲେ । ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ବାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ ଫେରିଥିଲେ ।  ତେବେ ଗାଡି ଭିତରେ ସେଭଳି କୌଣସି କଥାବାର୍ତ୍ତା ହୋଇ ନଥିବାବେଳେ ସମସ୍ତେ ବେଶ୍ ଖୁସିଥିଲେ ବୋଲି ଡ୍ରାଇଭର ଜଣଙ୍କ କହିଛନ୍ତି ।

ଅନ୍ୟପଟେ ଅପ୍ରେଲ ୧୩ ତାରିଖରେ ବଲାଙ୍ଗୀରରୁ ଆସିବା ପରେ ଗୌଡଗାଁରେ ୬ରୁ ୭ଦିନ ରହିଥିଲେ ।  ପରେ ୨୨ ତାରିଖ ଅର୍ଥାତ୍ ସୁଦଶା ବ୍ରତ ପୂର୍ବ ଦିନ ପୁଣି ଉକ୍ତ ଡ୍ରାଇଭର ନିଜେ ସୌମ୍ୟରଞ୍ଜନ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ବାର୍ଟରକୁ ଯାଇଥିଲେ ।  ସେଠାରେ ଉଭୟଙ୍କୁ ଛାଡିଥିଲେ ।  ସେହି ଦିନ ରାତିରେ ଉକ୍ତ ଡ୍ରାଇଭରଙ୍କୁ କ୍ବାର୍ଟରରେ ରହିଯିବାକୁ କହିଥିଲେ ସୌମ୍ୟ । ତେବେ ପାରଳାଖେମୁଣ୍ଡି ଯିବା ସମୟରେ ବି ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ସଂପୃକ୍ତ ଡ୍ରାଇଭର ।

   Related Posts