Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଝୁଲେନ ପୋଲ ଭୁଶୁଡିବା ଘଟଣା : ୧୧ ଘଣ୍ଟା ପରେ ପାଣିରୁ ଉଦ୍ଧାର ହେଲେ ଡ୍ରାଇଭର

10/09/2021 at 8:32 AM

କୁଚିଣ୍ଡା,୧୦/୦୯: କୁଚିଣ୍ଡା ଝୁଲେନ ପୋଲ ଭୁଶୁଡିବା ଘଟଣା ।  ଦୀର୍ଘ ୧୧ ଘଣ୍ଟା ପରେ ଗାଡି ଡ୍ରାଇଭର ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ୪୯ ନମ୍ବର ଜାତୀୟ ରାଜପଥ ଖର୍ଲା ନଦୀ ଉପର ଝୁଲେନ ପୋଲ ଭାଙ୍ଗି ଯିବାରୁ ଦୁର୍ଘଟଣା ଘଟିଥିଲା । କୁଚିଣ୍ଡା ସହରକୁ ସଂଯୋଗ କରୁଥିବା  ବ୍ରିଟିଶ ଅମଲର ପୋଲଟି ଭାଙ୍ଗିଯାଇଥିଲା । ଏହା ୧୦୦ ବର୍ଷର ପୁରୁଣା  । ଫଳରେ ଏକ ଡମ୍ଫର ପାଣି ଭିତରେ ବୁଡି ଯାଇଥିଲା । ଏହାର ଡ୍ରାଇଭର ଡମ୍ଫର ମଧ୍ୟରେ ଫସି ରହିଥିଲେ । 

ଦୀର୍ଘ ୧୧ ଘଣ୍ଟା ପରେ  ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି ।  ଦମକଳ ବାହିନୀ  ସଂପୃକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।  ତେବେ ପୋଲ ଭାଙ୍ଗିବା କାରଣରୁ ଯାତାୟତ ପ୍ରଭାବିତ ହୋଇଛି ।

   Related Posts