Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅବିବେକି ଡ୍ରାଇଭର : ମାତ୍ର ୨୫ କିମି ପାଇଁ କରୋନା ସଂକ୍ରମିତଙ୍କଠୁ ନେଲା ୪୪୦୦୦ ଟଙ୍କା

29/04/2021 at 11:08 AM

ନୂଆଦିଲ୍ଲୀ,୨୯/୦୪: ଉତ୍ତର ପ୍ରଦେଶର ନୋଏଡାରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ କରୋନା ସଂକ୍ରମିତଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଚାଳକ ୪୨ ହଜାର ଟଙ୍କା ନେଇଛନ୍ତି । କିଛି ବାଟ ନପାଇ ସଂକ୍ରମିତଙ୍କ ପରିବାର ଲୋକେ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ । ମାତ୍ର ୨୫ କିମି ପାଇଁ ପରିବାର ଲୋକେ ଏତେ ଟଙ୍କା ପ୍ରଦାନ କରିଥିଲେ । ଏନେଇ ପୋଲିସକୁ ସୂଚନା ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୋବାଇଲ ନମ୍ବର ଟ୍ରେସ୍ କରି ଗିରଫ କରିଛି । ତେବେ ନିଜର ଭୁଲ ବୁଝିବା ସହ ଟଙ୍କା ଫେରାଇଛି ଡ୍ରାଇଭର । ସୂଚନା ଅନୁସାରେ, ଦିଲ୍ଲୀ ହାଇକୋର୍ଟର ଜଣେ ଆଇନଜୀବୀ ଅସୀତ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କ ପରିବାର ଲୋକେ ମଧ୍ୟ ପଜିଟିଭ୍ ହୋଇଥିଲେ । ଏହାପରେ ଆଇନଜୀବୀଙ୍କ  ସାନ ଭାଇ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିଛି ସମୟ ପରେ ଏକ ଘରୋଇ ଆମ୍ବୁଲାନ୍ସ ଗାଡି ଆସିଥିଲା । ଆମ୍ବୁଲାନ୍ସରେ ସେ ଅସୀତଙ୍କୁ ଧରି ଦିଲ୍ଲୀର ଶାରଦା ହସ୍ପିଟାଲ ନେଇଥିଲେ । ସେଠାରେ ବେଡ୍ ଖାଲି ନଥିବାରୁ ପ୍ରକାଶ ହସ୍ପିଟାଲ ନେଇଥିଲେ । ସେଠାରେ ମଧ୍ୟ ବେଡ୍ ଖାଲି ନଥିଲା । ଏହାପରେ ସ୍ଥିତ ଯଥାର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏପରି ଭାବେ ଆମ୍ବୁଲାନ୍ସ ସଂକ୍ରମିତଙ୍କୁ ଧରି ପ୍ରାୟ ୨୫ କିମି ବୁଲିଥିଲା । ତେବେ ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ୪୪୦୦୦ ଟଙ୍କା ଦାବି କରିଥିଲେ । ଅସୀତଙ୍କ ସାନ ଭାଇ ଏତେ ଟଙ୍କା ଦେବାକୁ ମନା କରିଥିଲେ । ଏହାପରେ ୪୦୦୦୦ ଟଙ୍କା ପେଟିଏମ ଜରିଆରେ ପ୍ରଦାନ କରିଥିଲେ । ଏହାପରେ ସେ ପୋଲିସରେ ସୂଚନା ଦେଇଥିଲେ । ପୋଲିସ ଗାଡି ନମ୍ବର ଓ ମୋବାଇଲ ଟ୍ରେସ୍ କରି ଡ୍ରାଇଭରଙ୍କୁ ଧରିଥିଲା । ଡ୍ରାଇଭର ନିଜ ଭୁଲ ମାନି ଟଙ୍କା ଫେରାଇ ଦେଇଥିଲେ ।

   Related Posts