Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସାରୁଅ ଜମି ଜାଲିଆତି ମାମଲା: ମୁହଁ ଖୋଲିଲେ ଡ୍ରାଇଭର ରବି ସେଠୀ, ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ କଲେ ପ୍ରଶ୍ନ, ଶୁଣନ୍ତୁ

12/11/2020 at 4:12 PM

ଭୁବନେଶ୍ବର୧୨/୧୧:  ସାରୁଅ ଜମି ଜାଲିଆତି ମାମଲାରେ ଡ୍ରାଇଭର ରବି ସେଠୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ୨୦୦୧ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓରଟେଲ୍ କମ୍ୟୁନିକେସନରେ ଡ୍ରାଇଭର ଭାବେ କାମ କରୁଥିଲେ।ସେତେବେଳେ ପାରିଶ୍ରମିକ ବାବଦକୁ ତାଙ୍କୁ ୮ ହଜାର ଟଙ୍କା ମିଳୁଥିଲା। ୨୦୧୦ ମସିହାରେ ରବି ସେଠୀଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲାରେ ଜମି କିଣିବା ଲାଗି କୁହାଯାଇଥିଲା।

ସେ ପ୍ରଥମେ ରାଜି ହୋଇ ନଥିଲେ। ଯଦି ତାଙ୍କ କଥାରେ ରାଜି ନ ହେବେ, ତେବେ ତାଙ୍କୁ  ଚାକିରୀରୁ ବାହାର କରିଦେବେ ବୋଲି ଓରଟେଲ୍‌ କମ୍ୟୁନିକେସନର ଅଧିକାରୀମାନେ ଧମକ ଦେଇଥିଲେ। ସେହି ଜମିଗୁଡିକ ଦଳିତ ହରିଜନଙ୍କ ନାଁରେ ରହିଥିଲା। ନିୟମ ଅନୁସାରେ ହରିଜନଙ୍କ ଜମି କେବଳ ହରିଜନ ହିଁ କିଣି ପାରିବେ। ତେଣୁ ରବି ସେଠୀଙ୍କ ନାଁରେ ଜମି ଅଧିକାର କରିଥିଲା ଓରଟେଲ୍ କମ୍ୟୁନିକେସନ। ଏପରି କି ରବି ସେଠୀଙ୍କ ନାଁରେ ପୁରୀରେ ଜିଲ୍ଲାରେ ମଧ୍ୟ ଜମି କିଣା ଯାଇଥିବା ସେ କହିଛନ୍ତି। ପୁରୀରେ ଯେଉଁ ଜମି ତାଙ୍କ ନାଁରେ କିଣା ଯାଇଛି, ସେ ସଂପର୍କରେ ରବି ସେଠୀ ଅଜ୍ଞ ଥିବା କହିଛନ୍ତି। ଶେଷରେ ଜଗୀ ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ରବି ସେଠୀ ପ୍ରଶ୍ନ କରିଛନ୍ତି।

   Related Posts