Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜରିମାନା ଡରରେ ପୁଲିସ୍ ଉପରେ ଅଟୋ ଚଢାଇଦେଲା ଡ୍ରାଇଭର, ଭାଙ୍ଗିଗଲା ମେରୁଦଣ୍ଡ

6/09/2019 at 5:00 PM

ନୂଆ ଟ୍ରାଫିକ୍ ନିୟମକୁ ନେଇ ଏବେ ସାରା ଦେଶରେ ଜନତାଙ୍କ ମଧ୍ୟରେ କୋକୁଆ ଭୟ  ଖେଳି ଯାଇଛି । କାହିଁକି ନା ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଆଉ ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର ଟଙ୍କା ପକେଟରୁ ଚାଲିଯାଉଛି । ଏବଂ ଜରିମାନା ଭୟରେ ଲୋକେ ଏବେ ଘରୁ ଗାଡି କାଢିବା ପୂର୍ବରୁ ହଜାର ଥର ଚିନ୍ତା କରୁଛନ୍ତି । କାଳେ କେଉଁ ଟ୍ରାଫିକ୍ ପୁଲିସ୍ ଧରିନେବ ଆଉ ନିୟମ ଭାଙ୍ଗିବା ଅଭିଯୋଗରେ ପକେଟରୁ  ଟଙ୍କା ଛାଣିନେବ । ଏଭଳି ଅନେକ ଭୟ ବର୍ତ୍ତମାନ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏଭଳି ବି ନଜୀର ରହିଛି କି ନିୟମ ଉଲ୍ଲଂଘନ କରି କିଛି ଲୋକଙ୍କୁ ୨୩ ହଜାରରୁ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ମଧ୍ୟ ଗଣିବାକୁ ପଡିଛି ।

ତେବେ ଟ୍ରାଫିକର ନୂଆ ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାର ପ୍ରଭାବ ଝାଡଖଣ୍ଡରେ ବି ଦେଖିବାକୁ ମିଳିଛି । ଜରିମାନା ଭୟରେ ଚାଳକମାନେ ଯେଉଁଠି ପୂରା କାଜଗପତ୍ର ଧରି ବାହାରକୁ ବାହାରୁଛନ୍ତି ସେଇଠି କିଛି ଲୋକ ଏଭଳି ବି ଅଛନ୍ତି ଯିଏକି ପୁଲିସ୍ ନଜରରୁ ବଂଚିବା ପାଇଁ ଦୁର୍ଘଟଣା ଘଟାଇବାକୁ ବି ପଛାଉ ନାହାଁନ୍ତି । ସୂଚନା ମୁତାବକ, ଗତକାଲି ରାଂଚି ମେନ୍ ରୋଡରେ ଗାଡି କାଗଜପତ୍ର ଯାଂଚ କରୁଥିବା ଜଣେ ପୁଲିସ୍ ଅଧିକାରୀଙ୍କ ଉପରକୁ ଜଣେ ଅଟୋ ଚାଳକ ଗାଡି ଚଢାଇ ଦେବା କାରଣରୁ ତାଙ୍କର ମେରୁଦଣ୍ଡ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଯାହାଫଳରେ ଚିକିତ୍ସା ନିମନ୍ତେ ତାଙ୍କୁ  ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ୍ ଅଧିକାରୀ ଜନ ମୁର୍ମୂ ରାଂଚି ମେନ୍ ରୋଡର ଓଭରବ୍ରିଜ ନିକଟରେ ଗାଡି ଯାଂଚ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ସେ କାଗଜପତ୍ର ଯାଂଚ କରିବା ପାଇଁ ଅଟକିବାକୁ ଇଶାରା କରିଥିଲେ । କିନ୍ତୁ ଡ୍ରାଇଭର ଜଣକ ଜରିମାନା ଭୟରେ ଖସିପଳାଇବାକୁ ଚେଷ୍ଟା କରିଥିଲା ଏବଂ ଗାଡି ସାମ୍ନାରେ ଛିଡା ହୋଇଥିବା ଉକ୍ତ ପୁଲିସ୍ ଅଧିକାରୀଙ୍କ ଉପରେ ଗାଡି ଚଢାଇ ଚାଲିଯାଇଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଡ୍ରାଇଭର ଅଟୋ ସହ ଫେରାର ହୋଇଯାଇଛି । ପୁଲିସ୍ ସିସିଟିଭ ଫୁଟେଜ ଜରିଆରେ ତାକୁ ଧରିବାକୁ ଲାଗିପଡିଛି ।

   Related Posts