ବସ୍ ଡ୍ରାଇଭରଙ୍କ ହରତାଳ : ଦାବି ପୂରଣ ନହେଲେ ଗାଡି ନଚଲାଇବାକୁ ଜିଦ୍, ଧାରଣାରେ ବସିଛି ଓଡିଶା ମୋଟର ଚାଳକ ସଂଘ

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର ୦୧।୦୬: ଦାବି ପୂରଣ ନହେଲେ ଗାଡି ଚଳେଇବୁ ନାହିଁ ବୋଲି ବୋଲି ଜିଦରେ ଅଡି ବସିଛି ଓଡିଶା ମୋଟର ଚାଳକ ସଂଘ। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଡ୍ରାଇଭର ହରତାଳ କରିଛନ୍ତି । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କରି ସରକାର ବସ୍ ଚଳାଚଳର ନିଷ୍ପତ୍ତି ନେଲେ । ମାଲିକଙ୍କ ଦାବି ପୂରଣ ହେଲା, ହେଲେ କର୍ମଚାରୀଙ୍କ କଥା ଭୁଲି ଗଲେ ବୋଲି ଅଭିଯୋଗ କରିଛି ମୋଟର ଚାଳକ ସଂଘ ।

କାର୍ଯ୍ୟ  ସମୟରେ କୌଣସି ଡ୍ରାଇଭରଙ୍କ କରୋନାଜନିତ ମୃତ୍ୟୁ ହେଲେ ତାଙ୍କ ପାଇଁ କୌଣସି ବୀମା ଘୋଷଣା କରାଯାଇନାହିଁ । ୩ମାସର କ୍ଷତିପୂରଣ ସହ ୫୦ଲକ୍ଷ ବୀମା କଲ୍ୟାଣ ପାଣ୍ଠି ଶ୍ରମ ବିଭାଗରେ ପଞ୍ଜୀକୃତ କରାଗଲେ ବସ୍ ଚାଲିବ ନହେଲେ ବସ୍ ଚଲାଇବୁ ନାହିଁ ବୋଲି ମୋଟର ଚାଳକ ସଂଘ ଦାବି କରିଛି । ସଂଘ ପକ୍ଷରୁ ଆଜି ସକାଳ ୮ଟାରୁ ଧାରଣା ଆରମ୍ଭ କରିଛି। କରୋନା ସଂକ୍ରମଣରୁ ଡ୍ରାଇଭରଙ୍କ ବର୍ତ୍ତିବା ପାଇଁ କୌଣସି ସୁରକ୍ଷା କିମ୍ବା ପ୍ରତିଷେଧକ ବ୍ୟବସ୍ଥା ନ କରାଯାଇନି ବୋଲି ସଂଘ କହିଛି ।

ଏହାଛଡ଼ା ଲକ୍‌ଡାଉନ୍‌ରେ ଆମେ ମଧ୍ୟ କ୍ଷତି ସହିଛୁ । ଚାଳକଙ୍କ ଅବସ୍ଥା ସୁଧୁରିବା ପାଇଁ ୩ ମାସର କ୍ଷତିପୂରଣ ଦେବା ସହ ୫୦ ଲକ୍ଷର ବୀମା ଓ କଲ୍ୟାଣ ପାଣ୍ଠି ଯୋଗାଇଦେବାକୁ ସେ ଦାବି କରିଛନ୍ତି । ସଂଘ ଆହୁରି ଅଭିଯୋଗ କରିଛି ଯେ, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାର କେବଳ ବସ୍‌ ମାଲିକଙ୍କ ଦୁଃଖ ଶୁଣିଲେ । ସେମାନଙ୍କ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ କଲେ । ହେଲେ ଆମେ ଏହି ପରିବହନ ମାଧ୍ୟମର ଏକ ଅଂଶ ହୋଇଥିଲେ ବି ସରକାର ଆମ ଗୁହାରି ଶୁଣୁନାହାନ୍ତି । ତେବେ ଡ୍ରାଇଭରଙ୍କ ଧାରଣା ଯୋଗୁଁ ବସ୍‌ଷ୍ଟାଣ୍ଡରୁ ବସ୍‌ ଗଡ଼ିବା ନେଇ ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.