Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ : ଚକ ତଳେ ଚାପି ହୋଇଯାଇଥିଲା ମୁଣ୍ଡ

20/06/2020 at 2:50 PM

ବୌଦ୍ଧ ୨୦/୬: ବୌଦ୍ଧ ଥାନା ସରସରା ଗ୍ରାମ ପଂଚାୟତର ବଘାରପାଲି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି l ମୃତ ଡ୍ରାଇଭରଙ୍କ ନାମ ସୁରେଶ ମଲ୍ଲିକ। ତାଙ୍କ ଘର  ଲୁଣିବାହାଲ ପଞ୍ଚାୟତର ଲାଇଗାଁ ବୋଲି ଜଣାପଡିଛି l 

ଗତ ରାତିରେ ପ୍ରାୟ ୧୨ଟାରେ ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ଡ୍ରାଇଭର ସରସରା ବଘାର ପାଲି ଅଣ- ଓସାରିଆ କଚା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ ରାସ୍ତା ତଳକୁ ଖସି ଓଲଟି ପଡିଥିଲା l ଫଳରେ ଡ୍ରାଇଭର ଉପରେ ଟ୍ରାକ୍ଟର ଚକଟି ଚାପି ହୋଇ ଯାଇଥିଲା l

ରାତି ଅଧିକ ହୋଇଥିବାରୁ ରାସ୍ତା ଶୁନଶାନ୍ ଥିବାରୁ କେହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପାରିନଥିଲେ ଓ ଡ୍ରାଇଭର ରାତିତମାମ୍ ଛଟପଟ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି l  ସେ ବାମଣ୍ଡାରେ ଜଣେ ଟ୍ରାକ୍ଟର ମାଲିକଙ୍କ ଗାଡ଼ି ଚଳାଉଥିଲେ l ଗାଡ଼ିର ଆଗ ପଛ କୌଣସି ସ୍ଥାନରେ ନମ୍ବର୍ ଲେଖାଯାଇ ନଥିବାରୁ ପଂଜିକରଣ ନମ୍ବର୍ ଜଣାପଡି ନାହିଁ l

   Related Posts