ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
21/07/2020 at 3:43 PM

ସୁବର୍ଣ୍ଣପୁର ୨୧।୭: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବୈରାଗିପାଲି ଗାଁରେ ଅଘଟଣ । ହଳ କରୁଥିବାବେଳେ ଟ୍ରାକ୍ଟର ଓଲଟିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବୈରାଗିପାଲି ଗାଁର ମିଥୁନ ସୁନା ନିଜ ଟ୍ରାକ୍ଟର ଯୋଗେ ଜମିରେ ହଳ କରୁଥିଲେ । ଗୋଟିଏ କ୍ଷେତ ହଳ କରି ଆଉ ଗୋଟିଏ କ୍ଷେତକୁ ଯିବାବେଳେ ହିଡରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ।

ନିକଟରେ ଥିବା ଲୋକ ଆସି ଉଦ୍ଧାର ନକରି ପାରିବାରୁ ଜେସିବି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021