ଟ୍ରକ୍ ପଛରେ ପିଟିଲା ବୋଲେରୋ : ଡ୍ରାଇଭର ମୃତ, ଦୁଇ ଯାତ୍ରୀ ଆହତ

Published By : Prameya-News7 Bureau | March 05, 2020 IST

ଆନନ୍ଦପୁର ୫।୩: ଟ୍ରକ୍ କୁ ପଛପଟି ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ମୂଷଳ ପୋଲ ନିକଟରେ ଘଟିଛି ଦୁର୍ଘଟଣା ।

{"id":232973,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ମୂଷଳ ପୋଲ ନିକଟ ରାସ୍ତା କଡରେ ଟ୍ରକ୍ ଟି ଠିଆ ହୋଇଥିଲା । ସେଥି ରାସ୍ତାରେ ଯାଉଥିବା ଏକ ବୋଲେରୋ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଫଳରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ କେନ୍ଦୁଝର ଜିଲ୍ଲା ଡୋଡା ଥାନା ଅଞ୍ଚଳର ଟୁଟୁ ପୁତ୍ର । ଦୁର୍ଘଟଣାରେ ୨ ବୋଲେରୋ ଯାତ୍ରୀ ଆହତ ହୋଇଛନ୍ତି । ଘବର ପାଇ ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି ।

{"id":232972,"sizeSlug":"large"}

ତେବେ ଦୁର୍ଘଟଣା ପରେ ଟ୍ରକ୍ ଟି ସେହିସ୍ଥାନରୁ ପଳାଇ ଯାଇଥିବା ଜଣାପଡିଛି । ଜୋଡା ଅଞ୍ଚଳରୁ ଦେବାଶିଷ ମହାକୁଡ ଓ ତାଙ୍କ ଭଣଜା ବିଜୟ ମହାକୁଡ ସଂପୃକ୍ତ ବୋଲେରୋଟିରେ ଭୁବନେଶ୍ବର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.