ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍ : ଡ୍ରାଇଭର ମୃତ, ହେଲ୍‌ପର ଗୁରୁତର

Published By : Prameya-News7 Bureau | July 31, 2020 IST

ନୂଆପଡା ୩୧।୭: ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":308047,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୩୫୩ ଲକ୍ଷ୍ମୀପୁର ଛକଠାରେ ପୂର୍ବରୁ ରାସ୍ତା କଡରେ ଅଟକି ରହିଥିବା ଗୋଟିଏ ଟ୍ରକକୁ ପଛପଟୁ ଧକ୍କାଦେଲା ଅନ୍ୟ ଏକ ମାଲବାହୀ ଟ୍ରକ୍ । ଧକ୍କା ଦେଇଥିବା ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ହେଲପର ଗୁରୁତର ହୋଇଛନ୍ତି । ଉଭୟ ଟ୍ରକ୍ ପଡୋଶୀ ରାଜ୍ୟ ଛତିଶଗଡରୁ ବିଶାଖାପାଟଣା ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ଗାଡିରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.