ମହିଳା ପୋଲିସ ଅଧିକାରୀଙ୍କ ଗାଧୁଆ ଭିଡିଓ ସୁଟ୍‌ କଲେ ଡ୍ରାଇଭର, ଆଉ ତାପରେ...

Published By : Prameya-News7 Bureau | September 30, 2021 IST

ଭୋପାଳ ୩୦।୦୯: ଅଜବ ମାମଲା । ଯାହାକୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ନିଜ ଡ୍ରାଇଭର ବ୍ଲାକମେଲିଂ କରୁଛନ୍ତି । ଏନେଇ ଥାନାରେ ଏତଲା ଦିଆଯାଇଛି । ଏତଲା ପରଠାରୁ ଡ୍ରାଇଭର ଫେରାର ରହିଛି । ମହିଳା ପୋଲିସ ଅଧିକାରୀ ଜଣଙ୍କ ଗାଧୋଉଥିବା ସମୟରେ ଡ୍ରାଇଭର ଭିଡିଓ ରେକଡିଂ କରିବା ସହ ବ୍ଲାକମେଲ କରୁଥିବାର ଅଭିଯୋଗ ଆସିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଏହି ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଜଣେ ପୋଲିସ କନେଷ୍ଟବଳ ।  ସେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ଡ୍ରାଇଭର ଭାବେ କାମ କରନ୍ତି । କିନ୍ତୁ ନିଜର ଖରାପ ମନୋଭାବ ଲାଗି ଏବେ ବଦ୍‌ନାମ ହୋଇଛନ୍ତି ଡ୍ରାଇଭର । ମହିଳା ଅଧିକାରୀ ଗାଧୋଉଥିବା ସମୟରେ ଭିଡିଓ ରେକଡିଂ କରୁଥିଲେ ଡ୍ରାଇଭର ।

ମହିଳା ପୋଲିସ ଅଧିକାରୀ ଗାଧୋଉଥିବା ସମୟରେ ଡ୍ରାଇଭର ଜଣଙ୍କ କବାଟ ତଳେ ମୋବାଇଲ ରଖିଥିଲେ । ଭିଡିଓ ରେକଡିଂ ହେଉଥିବା ନେଇ ମହିଳା ଅଧିକାରୀ ଜଣଙ୍କ ସନ୍ଦେହ କରିଥିଲେ । ତୁରନ୍ତ ସେ ଖୋଲତାଡ଼ ଆରମ୍ଭ କରିଥିଲେ । କିଛି ସମୟ ପରେ  ପ୍ରକୃତ ସତ ପଦାକୁ ଆସିଥିଲା । ବାଥରୁମ୍‌ର କବାଟ ତଳେ ମୋବାଇଲ ରଖି, ଏହାଦ୍ୱାରା ଗାଧୋଉଥିବା ସମୟର ଭିଡିଓ ମଧ୍ୟ ରେକଡିଂ କରୁଥିଲେ ଡ୍ରାଇଭର । ଏହା ଜାଣିବା ପରେ  ମହିଳା ଜଣଙ୍କ ତୁରନ୍ତ  ବାଥରୁମ୍ ବାହାରକୁ ପଳାଇ ଆସିଥିଲେ । ସେପଟେ ଏହାଦେଖି ଡ୍ରାଇଭର ଜଣଙ୍କ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।  

ସେହିପରି ମହିଳା ଅଧିକାରୀ ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୬ ସେପ୍ଟେମ୍ବରରେ ଡ୍ରାଇଭର ଜଣଙ୍କ ତାଙ୍କ ଘରକୁ ଆସିଥିଲା  ଏବଂ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । ମହିଳା ଅଧିକାରୀ ଜଣଙ୍କ ଏତେ ଟଙ୍କା ଦେଇପାରିବେନି ବୋଲି କହିଥିଲେ ମହିଳା ଅଧିକାରୀ । ଏହାପରେ ଡ୍ରାଇଭର ଜଣଙ୍କ ତାଙ୍କୁ ସୋସିଆଲ୍‌ ମିଡିଆରେ ବଦ୍‌ନାମ କରିବାକୁ ଧମକ ଦେଇଥିଲେ ।  ପରେ ମହିଳା ପୋଲିସ ଅଧିକାରୀଙ୍କ ସନ୍ଦେହ ସତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.