ବାଟ ହୁଡିଲେ ଡ୍ରାଇଭର, ଶ୍ରମିକ ସ୍ପେଶାଲ ଟ୍ରେନ୍ ଯିବାର ଥିଲା ଗୋରଖପୁର ପହଞ୍ଚିଲା ରାଉରକେଲାରେ

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୫: ପଦାରେ ପଡିଲା ଭାରତୀୟ ରେଳଙ୍କ ଗୁରୁତର ଅବହେଳା। ଗତ ମେ ୨୧ ତାରିଖ ଦିନ ମହାରାଷ୍ଟ୍ର ବସୋଇରୁ ଉତ୍ତରପ୍ରଦେଶ ଗୋରଖପୁର ବାହାରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍ ଓଡିଶାର ରାଉରକେଲାରେ ପହଞ୍ଚିଯାଇଛି। ଟ୍ରେନ ଡ୍ରାଇଭର ରାସ୍ତା ଭୁଲିଯିବାରୁ ଏପରି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲେ ସୂଚିତକରିବା ପରେ ଘଟଣା ଜଣାପଡିଛି।

wp:html /wp:html

ପ୍ରସଙ୍ଗରେ ପଶ୍ଚିମ ରେଳବାଇ ସ୍ପଷ୍ଟିକରଣ ଦେଇଛନ୍ତି। ଦେଶରେ ଏବେ ଅନେକ ଶ୍ରମିକ ସ୍ପେଶାଲ ଟ୍ରେନ ଗତାଗତ ହେଉଛି। ଏଣୁ  ଜଲଗାଓଁ-ଭୂଷାବଲ-ଖଣ୍ଡବା-ଇଟାରସି-ଜବଲପୁର ରାସ୍ତାରେ ଟ୍ରାଫିକ ଥିବାରୁ ଏହି ଟ୍ରେନଟିକୁ ବିଳାଶପୁର ରାସ୍ତାରେ ଗୋରଖପୁର ଛଡାଯାଇଥିଲା। ତେବେ ଟ୍ରେନ ଡ୍ରାଇଭର ରାସ୍ତା ଭଟକି ଯିବାରୁ ଗୋରଖପୁର ବଦଳେ ଓଡିଶାର ରାଉରକେଲାକୁ ଚାଲିଯାଇଥିଲା।

{"id":274680,"sizeSlug":"large"}

ମହାରାଷ୍ଟ୍ର ବସୋଇରୁ ଗୋରଖପୁର ୧୫୦୦ କିଲୋମିଟର ରାଉରକେଲା ୧୬୦୦ କିଲୋମିଟର। ଲୋକେ ୨୨ ତାରିଖ ଦିନ ଗୋରଖପୁରରେ ପହଞ୍ଚିବାର ଥିଲା। ହେଲେ ରେଳବାଇଙ୍କ ଅବହେଳା ଯୋଗୁ ସେମାନଙ୍କୁ ଅଧିକ ଆଉ ଗୋଟିଏ ଦିନ ଏବେ ଯାତ୍ରା କରିବାକୁ ପଡୁଛି। ଗୋଟିଏ ପଟେ ଦେଶର ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଉଥିବା ବେଳେ ଅନ୍ୟପଟେ ରେଳବାଇ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯାତ୍ରୀଙ୍କୁ ଏପରି ସମସ୍ୟାରେ ପକାଉଥିବା ସିଂହ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.