କଳାହାଣ୍ଡି ଜାରିଙ୍ଗି ଗଣଦୁଷ୍କର୍ମ ମାମଲା : ଗିରଫ ହେଲା ଲିଫ୍ଟ ଦେଇଥିବା ଡ୍ରାଇଭର

Published By : Prameya-News7 Bureau | September 28, 2019 IST

କଳାହାଣ୍ଡି ୨୮।୯: କଳାହାଣ୍ଡି ଜାରିଙ୍ଗି ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ପୀଡିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଫଳରେ ଏହି ମାମଲାରେ ଗିରଫ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପୋଲିସ ପ୍ରଥମେ ଲଳିତେନ୍ଦ୍ର ଶବରକୁ ଘଟଣାର ରାଜସାକ୍ଷୀ କରି ଗିରଫ କରିନଥିଲା । ତେବେ ଗତକାଲି ପୀଡିତା ଓ ତାଙ୍କ ପରିବାର ଲଳିତେନ୍ଦ୍ରକୁ ଘଟଣାର ମୁଖ୍ୟ ଖଳନାୟକ ବୋଲି ଦର୍ଶାଇବା ପରେ ଆଜି ପୋଲିସ ଏହି ପଦକ୍ଷେପ ନେଇଛି ।

{"id":163753}

ଆଜି ଜୁନାଗଡ ଥାନାରେ ପୀଡିତାଙ୍କ ସାନି ବୟାନ ରେକର୍ଡ କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ମହିଳା ପୋଲିସର ଉପସ୍ଥିତିରେ ସାନି ବୟାନ ରେକର୍ଡ କରାଯାଇଥିଲା ।

{"id":163282}

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ଅସୁସ୍ଥତା ଯୋଗୁଁ ପୀଡିତା ଭବାନୀପାଟଣା ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ସେ ବସଷ୍ଟାଣ୍ଡକୁ ଫେରିଥିଲେ । ସେହି ସମୟରେ ଲଳିତେନ୍ଦ୍ର ଶବରଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଯେ କି ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ । ବାଟରେ ଯିବା ସମୟରେ ଲଳିତେନ୍ଦ୍ରଙ୍କ ଅନ୍ୟ ଦୁଷ୍କର୍ମକାରୀଙ୍କୁ ସୂଚନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଯାହା ଅନୁଯାୟୀ ବନମାଳିପୁର ଛକ ନିକଟରେ ସେ ବାଇକକୁ ଧିମା କରିଥିଲେ ଆଉ ୬ ଜଣ ଯୁବକ ତାଙ୍କୁ ଜଙ୍ଗଲକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.