୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଇଞ୍ଜିନ ତଳେ ଚାପି ହୋଇଗଲେ ଡ୍ରାଇଭର

Published By : Prameya-News7 Bureau | January 16, 2021 IST

ଜଳେଶ୍ବର ୧୬।୧: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟିପଡିଛି । ଦୁର୍ଘଟଣା ଫଳରେ ଡ୍ରାଇଭର ଜଣଙ୍କ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି ।

{"id":393082,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ଥାନୀୟ ଆଠବାଟିଆ ଗ୍ରାମର ବୟ ପାତ୍ରଙ୍କ ପୁଅ ସାହେବ ପାତ୍ର  ଟ୍ରାକ୍ଟରରେ  ବାଲି ବୋଝେଇ କରି ନେଇ ଯାଉଥିଲେ । ସିମୁଳିଆ ବଜାର ନିକଟ ରାସ୍ତାରେ  ଯାଉଥିବା ବେଳେ ଟ୍ରାକ୍ଟରଟି  ଭାରସାମ୍ୟ ହରାଇ ୧୦ ଫୁଟ ରାସ୍ତା ତଳେ ଥିବା ଖାଲ ଭିତରକୁ  ଖସି ପଡିଥିଲା । ଦୁର୍ଭାଗ୍ୟ ବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହିଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ  ଦମକଳ ବାହିନୀ କର୍ମତାରୀ ଉଦ୍ଧାର  କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.