Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଗଛରେ ପିଟିହେଲା ହାଇଓ୍ବା, ଚାପି ହୋଇଗଲେ ଡ୍ରାଇଭର : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

28/12/2020 at 11:06 AM

ବାଙ୍କୀ ୨୮।୧୨: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ଗ୍ରାମ ନିକଟ ବଡଶଙ୍ଖଠାରେ ଏକକଳା ମୁଗୁନି ପଥର ବୋଝେଇ ହାଇୱା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଟ୍ରକରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଡ୍ରାଇଭରକୁ ଉଦ୍ଧାର କରିଛି ଡମପଡା ଅଗ୍ନିଶମ ବାହିନୀ । ଉଦ୍ଧାର ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଭୋର ସମୟରେ ହାଇୱା ଟ୍ରକଟି ଦ୍ରୁତଗତିରେ ଆସି ଗଛରେ ପିଟିହୋଇଯାଇଥିଲା । ଦୁଇଟି ଗଛରେ ପିଟିହୋଇ ତୃତୀୟ ଗଛରେ ଧକ୍କାହେବା ଯୋଗୁଁ ଡ୍ରାଇଭର ଚାପିହୋଇ ରହିଯାଇଥିଲେ । ଡ୍ରାଇଭରଙ୍କ ଚିତ୍କାର ଶୁଣି ସେହି ରାସ୍ତା ଦେଇ ଭୋର ସମୟରେ ଯାଉଥିବା ଜଣେ ଲୋକ ଡମପଡା ଅଗ୍ନିଶମ ବହିନୀକୁ ଫୋନ୍ କରିବାରୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଡମପଡା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ଫଳରେ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଟ୍ରକଟି ଆଠଗଡ଼ପଟୁ କଟକ ଆଡକୁ କଳା ମୁଗୁନି ପଥର ବୋଝେଇ କରି ଯାଉଥିବା ବେଳେ ଦୁର୍ଗଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟିଛି ବୋଲି ଜଣାପଡିଛି ।

   Related Posts