ହାର୍ଭେଷ୍ଟର ମେସିନ୍‌ରେ ଫସିଗଲା ଅପରେଟରଙ୍କ ଗୋଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 02, 2021 IST

 ଆନନ୍ଦପୁର୨/୧: ଧାନ ଅମଳ ସମୟରେ ହାର୍ଭେଷ୍ଟର ମେସିନ୍‌ରେ ଫସିଗଲା ଅପରେଟରଙ୍କ ଗୋଡ। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି।  ଆନନ୍ଦପୁର ଉପଖଣ୍ଡ ନନ୍ଦିପଦାଥାନା ଜଳଶରପୁର ଗାଁ ନିକଟ ଧାନ କ୍ଷେତରୁ ଧାନ ଅମଳ ସମୟରେ ଏଭଳି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ଅପରେଟରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁତର ଅପରେଟର ହେଲେ ସମ୍ବଲପୁର ଅଞ୍ଚଳର ସୁମନ୍ତ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ ଅପରେଟର ଜଣଙ୍କ ମେସିନ୍ ଷ୍ଟକ ଡ୍ରମରୁ ଗୋଡ ସାହାଯ୍ୟରେ ଧାନ ଅଲଗା କରିବା ବେଳେ ତାଙ୍କ ବାମ ଗୋଡଟି ଫସି ଯାଇଥିଲା। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.