ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

Published By : Prameya-News7 Bureau | September 06, 2019 IST

ନୟାଗଡ ୬।୯: ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା  ।

{"id":153770}

ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଦୋକାନ ଘରେ ପିଟିହୋଇଥିଲା ଆମ୍ବୁଲାନ୍ସ । ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.