Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମର୍ମନ୍ତୁଦ ସଡକ ଦୁର୍ଘଟଣା : କ୍ୟାଣ୍ଟରକୁ ପିଟିଲା କ୍ୟାଣ୍ଟର, ଡ୍ରାଇଭର ଗୁରୁତର

7/06/2021 at 3:13 PM

ଜଳନ୍ଧର ୭।୬: ଲୁଧିଆନା-ଜଳନ୍ଧର ରାସ୍ତା ଚେହଡୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି କ୍ୟାଣ୍ଟର ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭର କ୍ୟାଣ୍ଟର ସମ୍ମୁଖ ଭାଗରେ ଫସିଯାଇଥିଲେ । ସ୍ଥାନୀୟଲୋକ ଅକ୍ଳାନ୍ତ ପରିଶ୍ରମ କରି କ୍ୟାଣ୍ଟର ଡ୍ରାଇଭରଙ୍କୁ ସେଠାରୁ ବାହାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସ୍ଥାନୀୟ ଚହେଡୁ ଗାଁର ଦାରା କଲେର କହିଛନ୍ତି ଯେ, ଉଭୟ କ୍ୟାଣ୍ଟର ଦ୍ରୁତ ଗତିରେ ଆସୁଥିଲେ । ହଠାତି ଗୋଟିଏ କ୍ୟାଣ୍ଟରର ଡ୍ରାଇଭର ବ୍ରେକ୍ ମାରିଦେଇଥିଲେ ମାତ୍ର ପଛରେ ଥିବା କ୍ୟାଣ୍ଟର ଡ୍ରାଇଭର ବ୍ରେକ୍ ମାରିପାରିନଥିଲେ । ଫଳରେ ଏଭଳି ଦୁର୍ଘଟଣା ଘଟିଛି ।

ପଛ କ୍ୟାଣ୍ଟରଟି ଆଗ କ୍ୟାଣ୍ଟର ସହ ଧକ୍କା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଦୁଇଟି ଜବତ କରିଛି । ଗୁରୁତର ଥିବା ଡ୍ରାଇଭରଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts