ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | August 31, 2019 IST

ବୌଦ୍ଧ ୩୧୮: ଆଜି ସକାଳ ପ୍ରାୟ ସାଢେ ୫ଟା ବେଳେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ର ବିରନର୍ସିଂପୁର ନିକଟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ ଗାଡିଟି ସମ୍ବଲପୁରରୁ ନୟାଗଡ଼ ବାଲୁଗାଁ ଆସୁଥିବା ବେଳେ ହଠାତ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଏକ ଗଛରେ ପିଟି ହୋଇଥିଲା। ଯାହାଫଳରେ  ଡ୍ରାଇଭର ଗାଡିରେ ଚାପି ହୋଇଯାଇ ଫସି ରହିଥିଲେ। ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ଓ ବୌଦ୍ଧ ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଦୀର୍ଘ ଦୁଇ ଘଣ୍ଟା ପରେ ଡ୍ରାଇଭରଙ୍କୁ  ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ  ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.