ଏନଏଚରେ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟା : ଲୁଟ୍ ବେଳେ ବାଧା ଦେବାରୁ ମାରିଦେଲେ !

Published By : Prameya-News7 Bureau | October 07, 2021 IST

ବଡବିଲ ୦୭/୧୦: ଜାତୀୟ ରାଜପଥରେ ଡ୍ରାଇଭରଙ୍କୁ ହତ୍ୟା ।  ୫୨୦ ନମ୍ବର ଜାତୀୟ ରାଜପଥରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ  ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ରିମୁଳି- ରାଜାମୁଣ୍ଡା ଦେଇ ଯାଇଛି ଜାତୀୟ ରାଜପଥ ୫୨୦ । ବୁଧବାର ରାତିରେ ଭଦ୍ରାସାହି ନିକଟରେ ଏକ ଟ୍ରକକୁ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ । ଏଥିରେ ବାଧା ଦେବାରୁ ଡ୍ରାଇଭରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଘଟଣା ବାବଦରେ ବଡବିଲ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ମୃତଦେବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଡ୍ରାଇଭର ଜଣଙ୍କ ଦେବଗଡ ଜିଲ୍ଲା ରିଆମାଳ ଗୋଳାବନ୍ଧ ଅଞ୍ଚଳର ଜୟନନ୍ଦ ମାଝୀ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.