ବରମୁଣ୍ଡା ବସ ଷ୍ଟାଣ୍ଡ୍: ରାସ୍ତା କଡ଼ରେ ଗାଡି ରଖି ମନମାନି କରିବା ପଡିଲା ମହଙ୍ଗା, ଫାଇନ୍ ଗଣିଲେ ଚାଳକ

Published By : Prameya-News7 Bureau | December 19, 2020 IST

ଭୁବନେଶ୍ବର୧୯/୧୨: ରାସ୍ତା କଡ଼ରେ ଗାଡି ରଖି ମନମାନି କରୁଥିବା ଚାଳକଙ୍କୁ ଫାଇନ୍ କାଟିଲା ଟ୍ରାଫିକ ପୋଲିସ୍। ଆଜି ରାଜଧାନୀ ବରମୁଣ୍ଡା ବସ ଷ୍ଟାଣ୍ଡ୍ ତଳେ ଟ୍ରାଫିକ ପୋଲିସ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ। ରାସ୍ତା କଡରେ ବସ ରଖି ଦୀର୍ଘ ଦିନ ଧରି ରାସ୍ତା ଅବରୋଧ କରୁଥିବା ଗାଡିକୁ ଫାଇନ୍ କରିଛି ଟ୍ରାଫିକ ପୋଲିସ।

ଏହାସହ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିବା ଗାଡିଗୁଡିକୁ ଟ୍ରାଫିକ ପୋଲିସ ଉଠାଇ ନେଇଛି। ବରମୁଣ୍ଡା ବସଷ୍ଟାଣ୍ଡର ଓଭରବ୍ରିଜ ତଳେ ଥିବା ଚତୁର୍ପାଶ୍ୱ ରାସ୍ତାରେ ବସ ଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାନୁଆରୀ ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ହେବ। ଟ୍ରାଫିିକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଗଣିବାକୁ ପଡିବ ତଣ୍ଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.