Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ମାଡିଗଲା ଟ୍ରକ୍, ଡ୍ରାଇଭର ମୃତ

21/09/2020 at 8:57 PM

ଆନନ୍ଦପୁର, ୨୧ ।୦୯: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧିନ ୨୦ ନଂ ଜାତୀୟ ରାଜପଥ ର ଦରଖଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଅନ୍ୟଏକ ଟ୍ରକ୍ ମାଡିଯାବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ ଡ୍ରାଇଭର ଜଗସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ଦିବାକର ବାରିକ୍ ବୋଲି ଜଣାପଡିଛି । ସୂଚନାନୁସାରେ, ଯୋଡା ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ କରି ଅନେକ ଗୁଡିଏ ଟ୍ରକ୍ ରାସ୍ତା ଜାମ୍ ଯୋଗୁଁ ଧାଡିର ଛିଡା ହୋଇଥିଲେ । ଦିବାକର ଏହି ସମୟରେ ନିଜ ଟ୍ରକରୁ ଓହ୍ଲାଇ ତଳେ ଠିଆ ହୋଇଥିଲେ । ସେହି ସମୟରେ ପଛପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଦିବାକରଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ସହ ଦୃର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି ।

   Related Posts