ସିମେଣ୍ଟ ଗାଡି ଖାଲି କରି ଫେରୁଥିଲେ ଡ୍ରାଇଭର, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

Published By : Prameya-News7 Bureau | May 12, 2021 IST

କେନ୍ଦୁଝର, ୧୨/୦୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ୱାମ୍ ପୋଖରୀ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସିମେଣ୍ଟ ବୋଝେଇ କରି ଆସିଥିବା ଏକ ୧୨ ଚକିଆ ଟ୍ରକର ଡ୍ରାଇଭର ବିତ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଉକ୍ତ ୧୨ ଚକିଆ ଗାଡିଟି ସିମେଣ୍ଟ ଖାଲି କରି ଫେରିବା ବେଳେ ସ୍ୱାମ୍ ପୋଖରୀ ନିକଟରେ ଗାଡିକୁ ଛିଡା କରି କେବିନ ଉପରକୁ ଉଠି ପାଲ ରଖୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଟ୍ରକର ଡ୍ରାଇଭର । ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲ ରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.