ଟ୍ରାକ୍ଟର ଓଲଟି ପଡିବା ଯୋଗୁଁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | October 04, 2019 IST

ମାର୍ଶାଘାଇ ୪।୧୦: ଟ୍ରାକ୍ଟର ଓଲଟିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମକୁ ମାଲ୍ ବୋଝେଇ କରି ନେଇ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଟ୍ରାକ୍ଟର ଓଲଟି ରାସ୍ତା କଡରେ ଥିବା ଏକ ପୋଖରୀରେ ପଡିବାରୁ ଡ୍ରାଇଭର କୁଞ୍ଜ ବିହାରୀ ଦାସ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ମାର୍ଶାଘାଇ ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର କୁଞ୍ଜ ବିହାରୀଙ୍କୁ ମାର୍ଶାଘାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । କୁଞ୍ଜ ବିହାରୀଙ୍କ ଘର ମାର୍ଶାଘାଇ ଥାନା ବଡପାଳଡିଆ ଗ୍ରାମରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.