ମୃତ୍ୟୁ ଏମିତି ବି ଆସେ, ନିଜ ଟ୍ରାକ୍ଟର ଚକା ତଳେ ପ୍ରାଣ ହରାଇଲେ ଡ୍ରାଇଭର : ମା’ ଝିଅଙ୍କୁ ଧକ୍କା ଦେବା ପରେ ଖସିପଡିଥିଲେ ଚାଳକ

Published By : Prameya-News7 Bureau | January 07, 2020 IST

ବଡବିଲ ୭।୧: ମା’ ଓ ଝିଅଙ୍କୁ ଧକ୍କା ଦେଇ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ିଲେ ଡ୍ରାଇଭର । ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଂଚଳରେ ।

{"id":208101,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚମ୍ପୁଆ ହାଟ ପଡ଼ିଆ ସ୍ଥିତ ନିଜ ଘର ନିକଟରେ ନିମା ସିଙ୍କୁ ନାମକ ଜଣେ ମହିଳା ନିଜର ୧୫ ବର୍ଷର ଝିଅ କୁସୁମ ସହ ଜୁରୁଡ଼ି ଯିବା ପାଇଁ ବସକୁ ଅପେକ୍ଷା କରି ରାସ୍ତା କଡ଼ରେ ଛିଡ଼। ହୋଇଥିଲେ । ସେହି ସମୟରେ ଓଡି ୦୯ ଡି ୩୨୫୨ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ହଠାତ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇ ତଳକୁ ଖସିପଡ଼ଥିଲେ । ଯାହା ଫଳରେ ଟ୍ରାକ୍ଟରଟି ତାଙ୍କ ଉପରେ ମାଡ଼ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଡ୍ରାଇଭର ରରୁଆଁ ଥାନା ଫଗୁ ଅଂଚଳର ଡୁରସୁ ମୁଣ୍ଡା ।

{"id":208102,"sizeSlug":"large"}

ସେପଟେ ଟ୍ରାକ୍ଟର ଧକ୍କାରେ ଆହତ ମା’ ଓ ଝିଅଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା । ମା’ ନିମା ସିଙ୍କୁଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କର ଚିକିତ୍ସା ଚାଲିଛି । ଝିଅ କୁସୁମ ସାମାନ୍ୟ ଆହତ ହୋଇଥିଲେ ବଳେ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଚମ୍ପୁଆ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.