ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍, ଚାପିହୋଇ ଡ୍ରାଇଭର ମୃତ
6/07/2019 at 8:30 AM

କେନ୍ଦୁଝର ୬|୭: କେନ୍ଦୁଝରରେ ଟ୍ରକକୁ ପିଟିଲା ଟ୍ରକ । ଟ୍ରକ୍ ରେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମରଣ ଯନ୍ତା ପାଲଟିଛି କେନ୍ଦୁଝରର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ୨୦ ନମ୍ବର ଜାତୀୟ ରାଜପଥର ବାଲିଆଗୁଡା ସ୍ଥିତ ଏସ୍ଆର ପଟ୍ରୋଲ ପମ୍ପ ନିକଟରେ ଯୋଡାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଏକ ହାଇଓ୍ବାକୁ ଓଭରଟେକ୍ କରିବାକୁ ଯାଇ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଯୋର ଥିଲା ଯେ ଟ୍ରକର ଡ୍ରାଇଭର ଗାଡିରେ ଚାପି ହୋଇ ରହିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟରରେ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।