ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ମୃତ

Published By : Prameya-News7 Bureau | September 12, 2019 IST

ଝାରସୁଗୁଡା ୧୨।୯: ଆଇରନ ଓର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଖାଲି ସିଲଣ୍ଡର ବୋଝେଇ ଟ୍ରକ । ଦୁଇ ଟ୍ରକ୍ ଧକ୍କାରେ ସିଲିଣ୍ଡର ବୋଝେଇ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଗୋପାଳ ନାଏକ ।

{"id":156536}

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଝାରସୁଗୁଡା-କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥର ପୂର୍ଣ୍ଣା ନିକଟରେ ଘଟିଥଛି ଦୁର୍ଘଟଣା। ଆଇରନ ଓର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଖାଲି ସିଲଣ୍ଡର ବୋଝେଇ ଟ୍ରକ । ଦୁଇ ଟ୍ରକ୍ ଧକ୍କାରେ ସିଲିଣ୍ଡର ବୋଝେଇ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଖବର ପାଇ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.