Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ଡମ୍ପର : ଡ୍ରାଇଭର ମୃତ

28/07/2019 at 8:39 AM

କେନ୍ଦୁଝର ୨୮/୭: ଆଜି ସକାଳେ ବଡ଼ବିଲ ବଙ୍ଗଳା ଛକ ମାଉସୀ ମା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଡମ୍ପର ଓଆର ୦୪ ଡି ୧୭୨୩ ପୋଲ ତଳକୁ ଖସି ଓଲଟି ପଡିଛି । ଫଳରେ ଡମ୍ପର ଭିତରେ ଚାପିହୋଇ ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳର କାହ୍ନୁ ବୋଲି ପ୍ରାଥମିକ ସୂଚନା ମିଳିଛି । ସେହିପରି ଡମ୍ପର ମାଲିକ ବଡ଼ବିଲ ଉପର ବସ୍ତି ଅଂଚଳର ଏମ୍ ଡି ତୁଫେଲ ବୋଲି ଜଣାପଡିଛି ।

ଦୁର୍ଘଟଣା ଘଟିବା ପରେ  ବଡ଼ବିଲ ପୋଲିସକୁ ଖବର ଦିଆଯାଇଥିଲା, ମାତ୍ର ପୋଲିସ ଘଟଣା ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୋଲିସ ସେଠାରେ ପହଁଚି କ୍ରେନ ସାହାଯ୍ୟରେ ଡମ୍ପରକୁ ଉଠାଇ ମୃତଦେହକୁ ଉଦ୍ଧାର କରିଛି ।  ତେବେ କେଉଁ ପରିସ୍ଥିତିରେ ଡମ୍ପରଟି ଭାରସାମ୍ୟ ହରାଇ ଓଲଟିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

   Related Posts