ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍, ଡ୍ରାଇଭର ମୃତ
22/05/2019 at 11:01 AM

ମୋହନା ୨୨|୫: ଗଜପତି ଜିଲ୍ଲା ଅଡବା ଥାନା ଦମାଦୁଆ ନିକଟସ୍ଥ ନନ୍ଦିନୀ ନାଳ ବ୍ରିଜ୍ ତଳକୁ ଖସି ଇଣ୍ଡିଗୋ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗାଡି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ବ୍ରହ୍ମପୁର ଲାଂଜିପଲ୍ଲୀ ଅଂଚଳର ପିଏଚ୍ ରବୀନ୍ଦ୍ର ପାତ୍ର ।

ଇଣ୍ଡିଗୋ ଗାଡି ନଂ ଓଆର ୦୨ଇବି୮୫୯ ଟି ଦ୍ରୁତଗତିରେ ବ୍ରାହ୍ମଣୀ ଗାଁ ଆଡେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ଅଡବା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Related Posts
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021