ମିନିଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍ ; ଡ୍ରାଇଭର ମୃତ
20/03/2019 at 8:10 AM

ଜଳେଶ୍ବର ୨୦|୩ : ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ସଡକ ଦୁର୍ଘଟଣା ହୋଇଛି । ମିନିଟ୍ରକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ମିନି ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁଇଟି ଗାଡି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଓଡିଶାରୁ ପଶ୍ଚିମବଙ୍ଗ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021