ପୋଖରୀ ଭିତରକୁ ଓଲଟିପଡିଲା ଟ୍ରାକ୍ଟର ; ଡ୍ରାଇଭର ମୃତ

Published By : Prameya-News7 Bureau | January 07, 2019 IST

ଉମରକୋଟ ୭|୧: ପୋଖରୀ ଭିତରକୁ ଓଲଟିପଡିଲା ଟ୍ରାକ୍ଟର । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ପଦିଆଗୁଡା ଠାରେ ଟ୍ରାକ୍ଟରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭଗବାନ ମାଝୀ ଟ୍ରାକ୍ଟର ତଳେ ଚାପି ହୋଇ ରହି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.