Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ରକ୍ ; ଡ୍ରାଇଭର ମୃତ, ହେଲପର ଗୁରୁତର

13/04/2019 at 8:26 AM

ଚୌଦ୍ବାର ୧୩|୪: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଓଭରବ୍ରିଜରେ ଦୁର୍ଘଟଣା ହୋଇଛି । ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡିଛି ଟ୍ରକ୍। ଦୁର୍ଘଟଣା ଫଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ହେଲପର ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଅନୁଗୁଳ ପଟୁ ଆସି ମଙ୍ଗୁଳି ଓଭରବ୍ରିଜର ବିପରୀତ ରାସ୍ତାରେ ଯାଉଥିବାବେଳେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡିଥିଲା । ଟ୍ରକ୍ ଡ୍ରାଇଭର ଓ ହେଲପର୍ ଟ୍ରକ୍ ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ପରେ ଖବରପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଚୌଦ୍ବାର ଅଗ୍ନିଶମବାହିନୀ ସହାୟତାରେ ଉଭୟଙ୍କୁ ଗାଡି ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍ ଗୁରୁତର ଅବସ୍ଥାରେ ଚିକିତ୍ସିତି ହେଉଛନ୍ତି। ଟ୍ରକ ରେ ବେଆଇନ ଭାବେ ଆଇରନ ଚାଲାଣ ହେଉଥିବା ସନ୍ଦେହ କରି ଟାଙ୍ଗୀ ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts