ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍-ଟାଟା ଏସିଇ ଧକ୍କାରେ ଡ୍ରାଇଭର ମୃତ, ୫ ଗୁରୁତର

Published By : Prameya-News7 Bureau | August 20, 2019 IST

ପାରାଦୀପ ୨୦|୮: ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ପଛପାଖରେ ଠିଆ ହୋଇଥିବା ଡ୍ରାଇଭରଙ୍କୁ ଧକ୍କା ଦେଇଛି ଟାଟା ଏସି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୄତ୍ୟୁ ଘଟିଥିବା ବେଳେ ଟାଟାଏସିଇରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":146389}

ପାରାଦୀପ ବନ୍ଦରକୁ ପଣ୍ୟ ପରିବହନ ପାଇଁ ନିୟୋଜିତ ହୋଇ ଥିବା ଟ୍ରକ୍ ଗୁଡ଼ିକ ପ୍ରାୟ ସପ୍ତାହରୁ ଅଧିକ ଦିନ ପାରାଦୀପ ଚଣ୍ଡିଖୋଲ ରାସ୍ତାରେ ଗୋଟିଏ ଲାଇନରେ ଯାତାୟତ କରୁଛି । ରାସ୍ତା ଜାମ୍ ଥିବାରୁ ଟ୍ରକ୍ ଡ୍ରାଇଭର ତଳକୁ ଓହ୍ଲାଇ ପଛପଟକୁ ଯିବା ସମୟରେ ଦୄତ ଗତିରେ ଏକ ଯାତ୍ରୀବାହୀ ଟାଟାଏସିଇ ଗାଡ଼ି ପ୍ରଥମେ ଟ୍ରକ ଡ୍ରାଇଭରଙ୍କୁ ଧକ୍କା ଦେଇଥିଲା । ପାରାଦୀପ ଲକ୍ ଥାନା ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.