୮ବର୍ଷ ହେଲା ବେତନ ପାଇନଥିବାରୁ ବ୍ଲକ୍ ସମ୍ମୁଖରେ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | July 26, 2019 IST

ମାଲକାନଗିରି ୨୬।୭ : ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ୍ ରେ କାର୍ଯ୍ୟରତ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁଶାନ୍ତ କୁମାର ସାହୁ ନାମକ ଏହି ବ୍ୟକ୍ତି ଜଣକ ଦୀର୍ଘ ବର୍ଷ  ଧରି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୮ବର୍ଷ ହେଲାଣି କୌଣସି ବେତନ ପାଇନାହାନ୍ତି । ଯାହାକୁ ନେଇ ସେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ । ତେବେ କୌଣସି ସୁଫଳ ନ ମିଳିବାରୁ ଆଜି ସୁଶାନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ବେଳେ କରୁକୋଣ୍ଡା ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.