ବିଭିନ୍ନ ଦାବି ନେଇ ଘରୋଇ ଗାଡି ଚାଳକଙ୍କ ମହାମେଳି, ହିନ୍ଦୋଳ ମହାସମାବେଶରେ ଷ୍ଟିୟରିଂ ଛାଡି ବାକୁ ଚେତାବନୀ

Published By : Prameya-News7 Bureau | July 28, 2021 IST

ଢେଙ୍କାନାଳ, ୨୮।୦୭:  ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ ଡିଜେଲ ଠାରୁ ଔଷଧ ଓ ପରିବାପତ୍ର ଏବଂ ସ୍କୁଲ ଗାଡି ଠାରୁ ଆରମ୍ଭ କରି ବସ ଟାକ୍ସି ପର୍ଯ୍ୟନ୍ତ କୋଭିଡ ମହାମାରୀ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ଜନ ସାଧାରଣଙ୍କ କାମରେ ଲାଗି ପଡିଛନ୍ତି । ମାତ୍ର ସରକାର ସେମାନଙ୍କୁ ଅବହେଳା କରୁଥିବା କ୍ଷୋଭର ସହ ବିଭିନ୍ନ  ଗାଡି  ଚାଳକମାନେ  ଅଭିଯୋଗ ଉଠାଇଛନ୍ତି । ଏପରିକି  ବିଭିନ୍ନ ଜିଲ୍ଲାରୁ ଏହି ଗାଡି ଚାଳକ ମାନେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପାଖଣ୍ଡର ଗିରିଧର ପ୍ରସାଦଠାରେ ଏକ ମହା ସମାବେଶରେ ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଗାଡି ଷ୍ଟିୟରରିଂ ଛାଡ଼ ବା ଗାଡି ଚାଳନା  ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ହିନ୍ଦୋଳ ସାତମାଇଲ ଛକଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି  ଗିରିଧାରି ପ୍ରସାଦ ଠାରେ ଏକତ୍ରିତ ହୋଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡ୍ରାଇଭରମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ । ତେବେ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ସହ ସହାୟତା ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟରେ ଗାଡି ଚାଳକ ମାନଙ୍କୁ ଅଣଦେଖା କରିଥିବା ମତ ପ୍ରକାଶ ପାଇଛି ।

ଫଳରେ ପ୍ରତେକ ଗାଡି ଚାଳକଙ୍କୁ ୨୦ଲକ୍ଷ ଟଙ୍କାର ବୀମା ପ୍ରଦାନ, ଗାଡି ଚାଳକଙ୍କୁ କୋଭିଡ ଯୋଦ୍ଧା ଘୋଷଣା, ଲାଇସେନ୍ସ ଅବଧି ଶେଷ ପରେ ମାସିକ ଭତା ପ୍ରଦାନ, ଗାଡି ଚାଳକ ମାନଙ୍କ ପାଇଁ  ରାଜପଥର ବିଭିନ୍ନ ସ୍ଥାନରେ ରେଷ୍ଟ ରୁମ, ପାର୍କିଂ  ଆଦି ଦାବି କରିଛନ୍ତି । ଅନ୍ୟଥା ଆଗାମୀ ସମୟରେ ରାଜ୍ୟବ୍ୟାପୀ ଗାଡି ଚାଳକ ମାନେ ସମୂହ ଗାଡି ଚାଳନା ବନ୍ଦ କରିଦେବେ ବୋଲି ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.