Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମାଲବୋଝେଇ ଟ୍ରକରୁ ଡ୍ରାଇଭର ହେଲପର ନିଖୋଜ

14/10/2019 at 8:49 AM

ପାରାଦୀପ୧୪/୧୦:  ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଏକ ମାଲ ବୋଝେଇ ଟ୍ରକରୁ ଉଭୟ ଡ୍ରାଇଭର ଓ ହେଲପର ନିଖୋଜ ଘଟଣା ଏବେ ସନ୍ଦେହ ଘେରରେ ରହିଛି ।

ଗତକାଲି ପାରାଦୀପ ଅଭିମୁଖେ ଆସୁଥିବା ଏହି ଟ୍ରକଟି ମହାନଦୀ ପୋଲ ଉପରେ ଛିଡା ହୋଇଥିଲା । ଡ୍ରାଇଭର ଅଲେଖ ନାୟକ ମଦ୍ୟପାନ କରିଥିବା ବେଳେ ନିଜ ମୋବାଇଲରେ କଥା ହେଉଥଲେ । କୌଣସି କାରଣରୁ ସେ ନଦୀକୁ ଖସିପଡି ଥାଇ ପାରନ୍ତି ବୋଲି ଗାଡ଼ି ମାଲିକ କହିଛନ୍ତି ।

ହେଲେ ସବୁଠାରୁ ବଡ଼କଥା ହେଉଛି ଗାଡ଼ି ମାଲିକକୁ ଏ ଖବର ଦେବା ପରେ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯାହା ଅନେକ ପ୍ରଶ୍ନ ଛିଡା କରିଛି ।  । ସେପଟେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଡ୍ରାଇଭର କି ହେଲପର କାହାର ପତ୍ତା ମିଳିନଥିଲା । ତେବେ ମହାନଦୀ ପୋଲ ଉପରେ ମାଲ ବୋଝେଇ ଟ୍ରକଟି ବର୍ତ୍ତମାନ ପର୍ଯ୍ୟନ୍ତ ଛିଡ଼ା ହୋଇ ଥିବା ବେଳେ ପାରାଦୀପ ଲକ୍ ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

   Related Posts