ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ୍ ; ଡ୍ରାଇଭର ଓ ହେଲପର ଗୁରୁତର

Published By : Prameya-News7 Bureau | March 03, 2019 IST

ଦେବଗଡ ୩|୩ : ଦେବଗଡ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ରତନପୁରଠାରେ ଟ୍ରକ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ସିମେଣ୍ଟ ବୋଝେଇ ଟ୍ରକ୍  ରିଆମାଳ ଆଡକୁ ଯାଉଥିବା ବେଳେ ରତନପୁରଠାରେ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଡ୍ରାଇଭର ଗାଡି ମଧ୍ୟରେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବିଭାଗ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଉଭୟ ଡ୍ରାଇଭର୍ ଓ ହେଲପରଙ୍କ ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.